thumbnail

By

Published : May 15, 2022, 6:59 PM IST

ETV Bharat / Videos

ବାରବାଟୀରେ ଖେଳାଯାଉ ଦର୍ଶକଯୁକ୍ତ ମ୍ୟାଚ: ପୂର୍ବତନ କ୍ରିକେଟର ପବନ ଅଗ୍ରୱାଲ

କଟକ: ପାଖେଇ ଆସୁଛି ବାରବାଟୀ ଫାଇଟ । ଆସନ୍ତା ଜୁନ 12ରେ ବାରବାଟୀ ଷ୍ଟାଡିଅମରେ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଓଡିଶାରେ କୋଭିଡ ସ୍ଥିତିରେ ସୁଧାର ଆସୁଥିବାରୁ ଏହି ମ୍ୟାଚ ଦର୍ଶକ ଯୁକ୍ତ ହେଉ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର । କାରଣ ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଓଡିଶାରେ ଖେଳାଯାଇ ନାହିଁ । ଯେଉଁଥିପାଇଁ କ୍ରୀଡ଼ାପ୍ରେମୀ ନିରାଶ ହୋଇଛନ୍ତି । ଏଥିସହ ବାରବାଟୀ ହେଉଛି ୱାଲ୍ଡ଼ କ୍ଲାସ ଷ୍ଟାଡିଅମ । ସବୁ ପ୍ରକାର ଅନୁକୂଳ ପରିବେଶ ଏହି ଷ୍ଟାଡିଅମରେ ରହିଛି । ଏଲିଡି ଲାଇଟ ଠୁ ଆରମ୍ଭ କରି ସ୍ୟାଣ୍ଡ ବେସ ଆଉଟ ଫିଲଡ଼ । ଏହାସହ ଯେଉଁ 7 ନମ୍ବର ଗ୍ୟାଲେରୀ ବିଗତ ମ୍ୟାଚ ବିପଦ ସଂକୁଳ ଯୋଗୁ ମ୍ୟାଚ ସମୟରେ କାର୍ଯ୍ୟକାରୀ ହୋଇନଥିଲା ତାହା କିନ୍ତୁ ଚଳିତ ମ୍ୟାଚ ପାଇଁ ପ୍ରସ୍ତୁତ ରହିଛି । ଯାହାଦ୍ୱରା 44 ହଜାର ଫ୍ୟାନ୍ସଙ୍କ ଉପସ୍ଥିତି ଏହି ମ୍ୟାଚକୁ ଆହୁରି ରୋମାଞ୍ଚକର କରିବ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ପବନ ଅଗ୍ରୱାଲ ।  କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.