କଟକରେ ବନ୍ୟା, ଶହଶହ ହେକ୍ଟର ଚାଷ ଜମିରେ ମାଡ଼ିଗଲା ବନ୍ୟାଜଳ - କଟକରେ ଲଘୁଚାପ ଜନିତ ବର୍ଷା
🎬 Watch Now: Feature Video
କଟକ: ଲଘୁଚାପ ଜନିତ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ବନ୍ୟା ସ୍ଥିତି ଦେଖାଦେଇଛି । ଏହା ପ୍ରଭାବରେ କଟକ ଜିଲ୍ଲାର ବାଙ୍କୀ, ଆଠଗଡ଼, ତିଗିରିଆ,ବଡମ୍ବା ଓ ନରସିଂହପୁର ବ୍ଲକର କିଛିକିଛି ତଳି ଅଞ୍ଚଳରେ ବନ୍ୟା ଜଳ ପଶିବା ଆରମ୍ଭ କରିଛି । ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ କେତେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବାଙ୍କୀ ଗୁଳୁହୁଳା ପୋଲ ଉପରେ ପ୍ରାୟ ୧୦ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ତେବେ ବନ୍ୟା ଘେରରେ ଫସିରହିଥିବା ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ବୋଟର ବ୍ୟବସ୍ଥା କରାଯାଇଛି ।