କ’ଣ ହୋଇପାରେ ବଜେଟର ରୂପରେଖ ?
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟ ସରକାର 2020-21 ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର ପଞ୍ଚମ ପାଳିର ଦ୍ବିତୀୟ ବଜେଟ ଗୃହରେ ଆଗତ କରିବେ । ଚଳିତ ଆର୍ଥିକ ବର୍ଷ ଲାଗି ସରକାର ଦେଢ ଲକ୍ଷରୁ ଊର୍ଦ୍ଧ୍ବ କୋଟିର ବଜେଟ ପ୍ରସ୍ତୁତ କରିଛନ୍ତି । ବଜେଟ ଆସିବା ପୂର୍ବରୁ ସୋମବାର ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜରୀ 2019-20ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିଛନ୍ତି । ଏଥିରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ GSDP ହ୍ରାସ ପାଇଥିବା ବେଳେ ମୁଣ୍ଡପିଛା ଋଣଭାର ବୃଦ୍ଧି ପାଇଛି । ଏପରିକି ଗତ ଆର୍ଥୀକ ବର୍ଷ ତୁଳନା 19-20ର ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । ତେବେ ବଜେଟରେ ସରକାର କେଉଁ କ୍ଷେତ୍ର ପ୍ରତି ପ୍ରତି ଧ୍ୟାନ ଦେବାର ସମ୍ଭାବନ ଅଛି ଦେଖନ୍ତୁ....ଆମ ପ୍ରତିନିଧୀ ଜ୍ଞାନଦର୍ଶୀ ସାହୁଙ୍କ ଆକଳନ