ଖୋର୍ଦ୍ଧାରେ କାଳ ବୈଶାଖିର ତାଣ୍ଡବ - କୁଆ ପଥର ବର୍ଷା
🎬 Watch Now: Feature Video

ଖୋର୍ଦ୍ଧାରେ କାଳ ବୈଶାଖିର ତାଣ୍ଡବ । ଘଡଘଡି ସହ କୁଆ ପଥର ବର୍ଷା ହୋଇଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଳଛପର ଘର ଉଡି ଦେଇଥିବା ବେଳେ ପନିପରିବା ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ଘଣ୍ଟା ପ୍ରତି ୩୦ ରୁ ୪୦ ବେଗରେ ପବନ ସାଙ୍ଗକୁ ଘଡଘଡି, ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା ।