Babushaan Family Dispute: ଫେରି ଆସିବାକୁ ବାବୁଶାନ୍‌ଙ୍କୁ ଫ୍ୟାନ୍ସଙ୍କ ନିବେଦନ - ବାବୁଶାନ୍‌ଙ୍କୁ ଫେରି ଆସିବାକୁ ନିବେଦନ କଲେ ପ୍ରଶଂସକ

🎬 Watch Now: Feature Video

thumbnail

By

Published : Jul 25, 2022, 7:23 PM IST

ଭୁବନେଶ୍ବର: ଓଲିଉଡ୍‌ ଷ୍ଟାର୍‌ ବାବୁଶାନଙ୍କ ଘରୋଇ କଳି ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପାଇଁ ବାବୁଶାନଙ୍କ ପରିବାରରେ ଅସନ୍ତୋଷ ବଢ଼ୁଛି ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଶନିବାର ପ୍ରକୃତି ଓ ବାବୁଶାନ୍‌ଙ୍କୁ ହାତ ଉଠାଇବାକୁ ପଛାଇନଥିଲେ ବାବୁଶାନଙ୍କ ପତ୍ନୀ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲିଛି । ଏହି ଘଟଣା ପରେ ବାବୁଶାନ୍‌ ବର୍ତ୍ତମାନ କେଉଁଠି ସେନେଇ ସ୍ପଷ୍ଟ ଖବର ନାହିଁ । ତେବେ ତାଙ୍କୁ ପରିବାର ପାଖକୁ ଫେରି ଆସିବାକୁ ନିବେଦନ କରିଛନ୍ତି ତାଙ୍କ ପ୍ରଶଂସକ । ସମସ୍ତ ଘଟଣା ପାଇଁ ପ୍ରକୃତି ମିଶ୍ରଙ୍କୁ ଦାୟୀ କରିଛନ୍ତି ଫ୍ୟାନ୍‌ । ତାଙ୍କରି ଯୋଗୁଁ ବାବୁଶାନଙ୍କ ଘର ଭାଙ୍ଗିବାକୁ ବସିଛି ବୋଲି ସେମାନେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.