Digital Dialogue: 22 ବର୍ଷର ଶାସନ, କାହିଁକି ଦୀର୍ଘ ସ୍ଥାୟୀ ବିକାଶ ହୋଇପାରିଲା ନାହିଁ ?

By

Published : Oct 15, 2022, 8:27 PM IST

thumbnail

ଭୁବନେଶ୍ବର: ହେବାକୁ ଥିବା 2 ଟି ଉପନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ପୁରା ପ୍ରସ୍ତୁତ ଅଛି । କଂଗ୍ରେସ ଉଭୟ ଆସନରେ ବିଜୟୀ ହେବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଉଭୟ ଆସନରେ ଶାସକ ବିଜେଡି ସହ ସିଧାସଳଖ ଲଢେଇ ହେବ । ଜନ ସାଧରଣଙ୍କ ଆଶୀର୍ବାଦରୁ ଆମେ 2024 ରେ ସଫଳ ହେବୁ । 22 ବର୍ଷ ଶାସନ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଭିଜନ କିଛି ନାହିଁ । ଲକ୍ଷ ଲକ୍ଷ ଲୋକ ଆଜି ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । କୌଣସି ବୃହତ ଶିଳ୍ପ ରାଜ୍ୟରେ ପ୍ରତିଷ୍ଠା ହୋଇପାରିଲା ନାହିଁ । ଶିକ୍ଷା, ସ୍ବାସ୍ଥ୍ୟ, ଦୁର୍ନୀତି, ଭିତ୍ତିଭୂମି, କୃଷି ଜଳସେଚନ ସବୁଥିରେ ରାଜ୍ୟ ସରକାର ବିଫଳ । ରାଜ୍ୟରେ ଶିକ୍ଷିତ ଯୁବକ ଯୁବତୀ ବେକାରୀ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିକାଶରେ ବିଫଳ ହୋଇଛନ୍ତି । କେବଳ ନବୀନ ପଟ୍ଟନାୟକ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି । ଯାହାର ଜବାବ ଆଗାମୀ ନିର୍ବାଚନରେ ରାଜ୍ୟବାସୀ ଦେବେ । କଂଗ୍ରେସ ଲୋକଙ୍କ ଆଶୀର୍ବାଦରୁ ରାଜ୍ୟରେ ସରକାର ଗଠନ କରିବ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତାକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍ ଇଟିଭି ଭାରତ ଓଡିଶା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.