thumbnail

By

Published : Sep 24, 2022, 8:27 PM IST

ETV Bharat / Videos

Digital Dialogue: ଦୁର୍ଗା ପୂଜା ପାଇଁ କମିଶନରେଟ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି: ପୋଲିସ କମିଶନର

ଭୁବନେଶ୍ବର: ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । ମା’ଙ୍କ ସ୍ବାଗତ ପାଇଁ ପୁରପଲ୍ଲୀ ଉତ୍ସବ ମୁଖର । ଗାଁ ରୁ ସହର ସବୁଠି ଚାଲିଛି ସାଜସଜ୍ଜା । ବିଶେଷ କରି ରାଜ୍ୟର ଟ୍ବିନସିଟି କଟକ-ଭୁବନେଶ୍ବରରେ ଧୂମଧାମରେ ପାଳିତ ହେବ ଦୁର୍ଗା ପୂଜା । ପୂଜା ବେଳେ ଭକ୍ତଙ୍କ ଗହଳୀ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପୂଜାର ରୀତିନୀତି ପାଳନ ଏକ ଆହ୍ବାନ ଭରା ରହିବ । ପୂଜା ବେଳେ ଯେଭଳି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ର, ସୁରକ୍ଷା ପୁରା ସଠିକ ରହିବ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ପୋଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ ( Interview with Twin city Police Commissioner ) କହିଛନ୍ତି, "କମିଶନରେଟ ପୋଲିସ ପକ୍ଷରୁ ଯାହା କରାଯିବା ଦରକାର ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।" ପୂଜା ପାଇଁ ପୋଲିସ 4 ଥାକିଆ ବ୍ୟବସ୍ଥା କରିଛି । ପ୍ରଥମତଃ ପୂଜା ମଣ୍ଡପର ସୁରକ୍ଷା । ଦ୍ବିତୀୟ ପୂଜା ବେଳେ ପୂଜା ମଣ୍ଡପ ଓ ସହରର ଟ୍ରାଫିକ ବ୍ୟବସ୍ଥା, ତୃତୀୟ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ସହ ଅପରାଧ ମୁକ୍ତ ବ୍ୟବସ୍ଥା, ଚତୁର୍ଥ ବ୍ୟବସ୍ଥା ହେଉଛି ମାଙ୍କ ଭଷାଣୀକୁ ଶୃଙ୍ଖଳିତ କରିବା । ଏଥିପାଇଁ କମିଶନରେଟ ପୋଲିସ ସମସ୍ତ ପୂଜା କମିଟିର ସହଯୋଗ ଲୋଡିଛି । ଦେଖନ୍ତୁ ପୋଲିସ କମିଶନରଙ୍କ ସହ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.