ଦରିଆ ରାମଚଣ୍ଡୀଙ୍କ ନିକଟରେ ଶେଷହେଲା ଝାମୁଯାତ୍ରା - କେନ୍ଦ୍ରାପଡା ଝାମୁଯାତ୍ରା
🎬 Watch Now: Feature Video
କେନ୍ଦ୍ରାପଡା: ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲାର ଶକ୍ତିପୀଠ ମା’ ଦରିଆ ରାମଚଣ୍ଡୀ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ । ମହାମାରୀ କରୋନା କଟକଣାରେ ସୁଧାର ଆସିବାରୁ ଚଳିତବର୍ଷ ଝାମୁଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି । ମା’ ଦରିଆ ରାମଚଣ୍ଡୀଙ୍କ ପୀଠରେ ଯାହା ମାନସିକ କରାଯାଏ ତାହା ପୂରଣ ହୋଇଥିବାର ବିଶ୍ୱାସ ରହିଛି । ଯେଉଁଥିପାଇଁ କେନ୍ଦ୍ରାପଡା ଜିଲ୍ଲା ତଥା ରାଜ୍ୟର କୋଣ ଅନୁକୋଣ ସମେତ ବିଭିନ୍ନ ରାଜ୍ୟର ଭକ୍ତଙ୍କର ଭିଡ ଏହି ପୀଠରେ ଆଜିର ଦିନରେ ହୋଇଥାଏ । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ