ସମ୍ଭାବ୍ୟ ବାତ୍ୟାରେ ଜଳବନ୍ଦୀ ହେବନି କଟକ: CMC ମେୟର - ବାତ୍ୟାରେ ରାସ୍ତାରେ ଜମିବନି ପାଣି
🎬 Watch Now: Feature Video
କଟକ: ବାତ୍ୟା ଅସାନିକୁ ଆଖି ଆଗରେ ରଖି କଟକ ଡ୍ରେନେଜ ସିଷ୍ଟମ ଓ ଜାଇକା କାମ ତଦାରଖ କଲେ କଟକ ମେୟର ଓ କମିଶନର । ଉଭୟେ ମାତୃଭବନ ନିକଟରେ ଥିବା ବଡ଼ ନାଳରୁ ପଙ୍କ ଉଝୁଳା ଓ ଯାଇକାର ସ୍ଥିତି ପରଖିଛନ୍ତି । ବାତ୍ୟା ପ୍ରଭାବରେ କଟକରେ ବର୍ଷା ଜନିତ ଜଳବନ୍ଦୀ ସମସ୍ୟା ଉପୁଜିବା ସ୍ଥିତିକୁ ଏଡ଼ାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କଟକର ବଡ଼ ନାଳର ସମସ୍ତ ପଙ୍କ ସଫା ହେଉଛି । ଯାହାଦ୍ୱାରା ଅଧିକ ବର୍ଷା ସମୟରେ କଟକରେ ଜଳବନ୍ଦୀ ସମସ୍ୟା ଉପୁଜିବନି । ଏହାଛଡା ବର୍ଷା ଆରମ୍ଭରୁ ଭଲବୋ ପମ୍ପ ମଧ୍ୟ ମୁତୟନ କରାଯିବ । ଯାହାଦ୍ୱାରା କଟକିଆ ଜଳବନ୍ଦୀର ଶିକାର ହେବନି ବୋଲି ସ୍ପଷ୍ଟ କରିଛନ୍ତି କଟକ ମେୟର ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ