Unconditional love: ଗାଈର ନିଚ୍ଛକ ପ୍ରେମ, ବାଛୁରୀ ପରି ଶିଶୁକୁ କରୁଛି ସ୍ନେହ

By

Published : Jul 19, 2022, 4:05 PM IST

thumbnail

କୁହାଯାଏ ମା' ନାହିଁ ଯାହାର ସାହା ନାହିଁ ତାର । ମା' ପାଖରେ ଶିଶୁଟି ସବୁଠୁ ଅଧିକ ସୁରକ୍ଷିତ ମନେ କରେ । ଯେତେ ବଡ଼ ବିପଦ ହେଉଥାଉ ନା କାହିଁକି ମା' ସର୍ବଦା ଆମର ରକ୍ଷକ ଭାବେ ପ୍ରମାଣିତ ହୋଇ ଆସିଛି । ଆମ ଭାରତୀୟ ସଂସ୍କୃତିରେ ଗାଈକୁ 'ଗୋମାତା' ବୋଲି ବିବେଚନା କରାଯାଏ । ତେବେ ଗାଈକୁ ମା' କହିବା ପଛରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ମହତ୍ତ୍ବ ରହିଛି । କାରଣ ଗୋମାତା ନିକଟରେ ମା'ର ଝଲକ ପ୍ରତିଫଳିତ ହୁଏ । ଏହି ଭିଡ଼ିଓରେ ଆପଣ ଗୋମାତାର କରୁଣାକୁ ପରଖି ପାରିବେ (Cow And Child Bond of unconditional love) । ଶିଶୁଟି ଗୋଟିଏ ଗାଈ ନିକଟରେ ଖେଳୁଥିବା ବେଳେ ଗାଈଟି ଶିଶୁଟିକୁ କୌଣସି ଆଘାତ ପହଞ୍ଚାଉନାହିଁ । ଶିଶୁଟି ଗାଈ ଉପରେ ବସୁଥିବା ବେଳେ ତା' ଶରୀରକୁ ସ୍ପର୍ଶ କରୁଛି । ମାତ୍ର ବାଛୁରୀ ପରି ଏହି ଶିଶୁକୁ ଗାଈଟି ଅତି ସ୍ନେହ କରୁଛି । ଏହି ଭିଡ଼ିଓ ଅନେକଙ୍କ ହୃଦୟକୁ ଛୁଇଁଥିବା ବେଳେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.