ଜଗନ୍ନାଥ ଦର୍ଶନ ପାଇଁ ସ୍ଲଟ ବୁକିଂ ଏକ ଉଦ୍ଭଟ ଚିନ୍ତାଧାରା: ଜଗନ୍ନାଥ ସେନା ଆବାହକ - Slot booking Darshan at Puri

By ETV Bharat Odisha Team

Published : Jun 29, 2024, 3:51 PM IST

thumbnail
Slot booking Darshan (ETV Bharat Odisha)

Online Slot booking for Puri Jagannath Temple: ଖୋର୍ଦ୍ଧା: ଶ୍ରୀମନ୍ଦିରରେ ଅନଲାଇନ ସ୍ଲଟ ବୁକିଂ ପ୍ରସ୍ତାବକୁ ଜଗନ୍ନାଥ ସେନାର ବିରୋଧ । ଆଜି ଖୋର୍ଦ୍ଧା ଜାଗୁଳେଇପାଟଣା ଅନନ୍ତ ପୁରୁଷୋତ୍ତମ ପୀଠରେ ଧନ୍ୟବାଦ ଓଡିଶା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ହୋଇଥିଲେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସ୍ଲଟ ବୁକିଂ ପ୍ରସ୍ତାବ ଏକ ଉଦ୍ଭଟ ଚିନ୍ତାଧାରା ବୋଲି କହିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶୀ ପଟନାୟକ ।

ପ୍ରିୟଦର୍ଶୀ ଆହୁରୀ ମଧ୍ୟ କହିଛନ୍ତି, "ବିଜେପି ସରକାରର ଚାରି ଦ୍ୱାର ଖୋଲା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ସାରିଥିବାରୁ ଏବେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ ହେବା ଆବଶ୍ୟକ । ଆଉ ଏଥିପାଇଁ ସେବାୟତ, ପୋଲିସ ଓ ପ୍ରଶାସନ ମିଳିତ ଭାବେ ମହାପ୍ରଭୁଙ୍କ ନୀତିକୁ ଶୃଙ୍ଖଳିତ କରି ଭକ୍ତଙ୍କୁ ଅପେକ୍ଷା ନକରାଇ ଦର୍ଶନ ବ୍ୟବସ୍ଥା କରାଇ ପାରିଲେ କୌଣସି ଅସୁବିଧା ରହିବ ନାହିଁ ।"  

ଅନ୍ୟପଟେ ଅନଲାଇନ ସ୍ଲଟ ବୁକିଂ ପ୍ରସଙ୍ଗ ପୂର୍ବ ସରକାରର ଏକ ନିଷ୍ପତ୍ତି ଯାହାକୁ ଗଜପତି ମହାରାଜ କହିଛନ୍ତି ବୋଲି ପ୍ରିୟଦର୍ଶୀ କହିଛନ୍ତି । ହେଲେ ଏଭଳି ଏକ ଅବାସ୍ତବ ଓ ଅସମ୍ଭବ ପ୍ରସ୍ତାବକୁ ଆମେ ବିରୋଧ କରୁଛୁ ବୋଲି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶୀ ପଟନାୟକ କହିଛନ୍ତି ।  

ଏଥି ସହିତ ରତ୍ନ ଭଣ୍ଡାରର ମରାମତି ସହ ତୁରନ୍ତ ଗଣତି କରାଇବାକୁ ଦାବି ରଖିଛନ୍ତି ପ୍ରିୟଦର୍ଶୀ । କେବଳ ସେତିକି ନୁହେଁ, ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏଥିରେ ବିଳମ୍ବ ହେଲେ ଆଗକୁ ଜଗନ୍ନାଥ ସେନା ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ପ୍ରିୟଦର୍ଶୀ ପଟନାୟକ  । 

ଏହା ମଧ୍ୟ ପଢ଼ନ୍ତୁ.. ଶ୍ରୀମନ୍ଦିରରେ ଅନଲାଇନ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା ପ୍ରସ୍ତାବ, ବିରୋଧ କଲେ ଭକ୍ତ-ସେବାୟତ - Oppose Slot booking Darshan

ଇଟିଭି ଭାରତ, ଖୋର୍ଦ୍ଧା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.