ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିଲେ ମହାପ୍ରଭୁ, ପାତାଳୀ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର - RATH YATRA 2024

By ETV Bharat Odisha Team

Published : Jun 29, 2024, 9:07 PM IST

thumbnail
PREPARATION FOR RATH YATRA IN PATALI SHREE KHETRA SUBARNPUR (ETV Bharat Odisha)

RATH YATRA 2024 PREPARATION: ସୁବର୍ଣ୍ଣପୁର: ଆଗକୁ ଆସୁଛି ରଥଯାତ୍ରା । ଜିଲ୍ଲାର କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖିଆଗରେ ରଖି ପାତାଳୀ ଶ୍ରୀକ୍ଷେତ୍ର ପରିଚାଳନା ପରିଷଦ, ଜିଲ୍ଲା ପ୍ରଶାସନ ଏବଂ ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ଢେର ଦିନ ପୂର୍ବରୁ ବୈଠକ କରି ପ୍ରସ୍ତୁତି ଜାରି ରଖିଛି । ପ୍ରାକୃତିକ ବିଭବରେ ଭରପୁର ଏହି ପାବନ ପୀଠରେ ଆଜକୁ 14 ବର୍ଷ ହେଲା ରଥଯାତ୍ରା ପାଳନ କରାଯାଇଆସୁଛି ।

ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଏହି ପାବନ ପୀଠକୁୁ ଆସି 2011 ମସିହାରୁ ଶ୍ରୀମନ୍ଦିର ପ୍ରଦତ୍ତ ଦାରୁ ବିଗ୍ରହକୁ ଦର୍ଶନ କରିବା ସହିତ ପ୍ରାକୃତିକ ପରିବେଶ ଭିତରେ ସୃଷ୍ଟି ହୋଇଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥାନ୍ତି । 2007 ମସିହାରେ ପାତାଳୀ ଶ୍ରୀକ୍ଷେତ୍ରକୁ ଶ୍ରୀମନ୍ଦିର ପ୍ରଶାସନ ପରିଦର୍ଶନ କରିଥିଲେ । କେନ୍ଦ୍ରୀୟ ପ୍ରତ୍ନତତ୍ତ୍ବ ବିଭାଗ ପରିଦର୍ଶନ କରିବା ସହିତ ଏହି ପୀଠରେ ଜଗନ୍ନାଥ ସଂସ୍କୃତିର ପ୍ରତ୍ନତାତ୍ତ୍ବିକ ବିଭବ ଥିବା ପ୍ରମାଣ ଦେଇଥିଲେ । ସେହିପରି ପୁରୀ ଗଜପତି ଦିବ୍ୟସିଂହ ଦେବ ଦୁଇ ଦୁଇ ଥର ପରିଦର୍ଶନ କରି ମନ୍ଦିର ନିର୍ମାଣର ଶିଳା ପୂଜନ କରିବା ସହିତ ଶ୍ରୀଜଗନ୍ନାଥ ସଂସ୍କୃତିର ପାବନଭୂମୀ ଭାବେ ସ୍ବୀକୃତି ପ୍ରଦାନ କରିଥିଲେ ।

ତେବେ କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ପରିଚାଳନା ପରିଷଦ ପକ୍ଷରୁ ପୁରୀ ଶ୍ରୀକ୍ଷେତ୍ରର ନୀତି ନିର୍ଘଣ୍ଟ ଅନୁଯାୟୀ ଦୈନନ୍ଦିନ ଶ୍ରୀବିଗ୍ରହମାନଙ୍କ ପୂଜା ସେବା କରାଯାଉଥିବା ବେଳେ ରଥଯାତ୍ରା ବି ପାଳନ କରାଯାଇ ଆସୁଛି । ପାତାଳୀ ଶ୍ରୀକ୍ଷେତ୍ରର ଛଳିଆ ପାହାଡରୁ ପ୍ରାୟ ଦୁଇ ଶହ ଫୁଟ ତଳକୁ ଶ୍ରୀବିଗ୍ରହମାନେ ଧାଡି ପହଣ୍ଡିରେ ଆସି ରଥାଋଢ ହୋଇଥାନ୍ତି । ଯାହା ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥାଏ । ଏହି ରଥଯାତ୍ରାରେ ସାମିଲ ହେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।   

ଏହା ମଧ୍ୟ ପଢନ୍ତୁ .....ରାଜ୍ୟ ସରକାର ଚାଷୀଙ୍କୁ କୌଣସି ସମସ୍ୟା ସମ୍ମୁଖିନ ହେବାକୁ ଦେବେ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର - Minister Krushna Ch Patra Review

ଇଟିଭି ଭାରତ, ସୁବର୍ଣ୍ଣପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.