ETV Bharat / health

ଛୋଟ ଛୋଟ କଥାରେ ଚିଡ଼ି ଯାଉଛନ୍ତି କି ? ଏସବୁ ଖାଦ୍ୟଠୁ ରୁହନ୍ତୁ ସାବଧାନ - Food Increase Anger

author img

By ETV Bharat Odisha Team

Published : Jun 19, 2024, 8:51 PM IST

Food Make You Feel Anger: ଆପଣ ସବୁ କଥାରେ ରାଗି ଯାଉଛନ୍ତି କି ? ଆପଣ କେବେ ଭାବିଛନ୍ତି କି ଆପଣ ଖାଉଥିବା ଖାଦ୍ୟ କ୍ରୋଧ ବଢ଼ିଇପାରେ । ତେବେ କେଉଁ ଖାଦ୍ୟ ଖାଇଲେ କ୍ରୋଧ ବଢ଼େ ଆସନ୍ତୁ ଜାଣିବା...

Food Make You Feel Anger
Food Make You Feel Anger (ETV Bharat Odisha)

ହାଇଦ୍ରାବାଦ: କ୍ରୋଧ ହେଉଛି ବ୍ରହ୍ମଚଣ୍ଡାଳ । ଜଣେ ବ୍ୟକ୍ତି କ୍ରୋଧିତ ଥିବା ସମୟରେ ନିଜର ହିତାହିତ ଜ୍ଞାନକୁ ଭୁଲିଯାଇ ନିଜ ଅଜାଣତରେ ଅନେକ କାଣ୍ଡ ଘଟାଇ ବସେ । ଫଳରେ ସେ ନିଜ ସହ ଅନ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ । ସମସ୍ତେ କିଛି କଥାକୁ ନେଇ କ୍ରୋଧିତ ହୁଅନ୍ତି, ମାତ୍ର ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଟିକିଏ ଟିକିଏ କଥାରେ ନାକ ଅଗରେ ରାଗ । ଯଦି ଆପଣ ବି ଛୋଟ ଛୋଟ କଥାକୁ ନେଇ ରାଗି ଯାଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ନିହାତି ଜାଣିବା ଦରକାର ଯେ, ଆପଣ କାହିଁକି ଏତେ କ୍ରୋଧିତ ହେଉଛନ୍ତି । ଚାପ, ଚିନ୍ତା, ଅସୁସ୍ଥତା ମଧ୍ୟ କ୍ରୋଧର କାରଣ ହୋଇପାରେ । କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, କେବଳ ଏତିକି ନୁହେଁ ଆମେ ଖାଉଥିବା ଖାଦ୍ୟ ମଧ୍ୟ କ୍ରୋଧର କାରଣ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ବାରା ରାଗ ଅଧିକ ହୋଇଥାଏ ।

Food Make You Feel Anger
Food Make You Feel Anger (RKC)

ଲୁଣ: ବିଶେଷଜ୍ଞମାନେ କହିଛନ୍ତି ଯେ, ଅଧିକ ଲୁଣ ଥିବା ଖାଦ୍ୟ ଏବଂ ସ୍ନାକ୍ସ କ୍ରୋଧକୁ ବଢାଇପାରେ । ଅତ୍ୟଧିକ ସୋଡିୟମ୍ ରକ୍ତଚାପ ବୃଦ୍ଧି କରାଥାଏ, ଯାହା ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ପ୍ରଭାବ ପକାଇଥାଏ । ତେଣୁ ଅତ୍ୟଧିକ ଲୁଣ ଖାଇବା ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

Food Make You Feel Anger
Food Make You Feel Anger (RKC)

କଫିନ: ଅଧିକାଂଶ ଲୋକଙ୍କ ଦିନ କପେ କଫିରୁ ଆରମ୍ଭ ହୋଇଥାଏ । କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, କଫିରେ ଅଧିକ ପରିମାଣର କଫିନ ଥାଏ । କଫିନ୍ ଯୁକ୍ତ ଖାଦ୍ୟ ମଧ୍ୟ କ୍ରୋଧର କାରଣ ହୋଇପାରେ । ଅଧିକ କଫି ପିଇବା ଦ୍ବାରା ଶରୀରରେ କଫିନର ପରିମାଣ ବୃଦ୍ଧି ପାଇଥାଏ । ଫଳରେ ଚିନ୍ତା, ଚାପ ଏବଂ କ୍ରୋଧ ଭଳି ମାନସିକ ସମସ୍ୟା ସୃଷ୍ଟି ହୋଇଥାଏ ।

Food Make You Feel Anger
Food Make You Feel Anger (RKC)

2016ରେ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ସାଇକାଟ୍ରିରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, କଫିନ ଖାଇବା ଦ୍ବାରା ଚିନ୍ତା, ଉଦାସୀନତା, କ୍ରୋଧ ଏବଂ ମାନସିକ ବ୍ୟାଧି ଭଳି ସମସ୍ୟା ସୃଷ୍ଟି ହୋଇପାରେ । ଏହି ଅନୁସନ୍ଧାନରେ ଯୁକ୍ତରାଷ୍ଟ୍ରର ଡ୍ୟୁକ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନର ସାଇକ୍ରେଟ୍ରି ବିଭାଗର ଡକ୍ଟର ଆଡ୍ରିଏନା ଶେଲଡନ୍ ଅଂଶଗ୍ରହଣ କରିଥିଲେ।

ମଦ୍ୟପାନ: ବିଶେଷଜ୍ଞମାନେ କହିଛନ୍ତି ଯେ, ମଦ୍ୟପାନ ମଧ୍ୟ କ୍ରୋଧକୁ ବଢ଼ାଇପାରେ । ଯେଉଁମାନେ ଅଧିକ ମଦ୍ୟପାନ କରନ୍ତି ସେମାନଙ୍କ ପାଖରେ କ୍ରୋଧ ଏବଂ ମାନସିକ ସମସ୍ୟା ବହୁତ ବଢ଼ିଥାଏ । ଏହାର କାରଣ ମଦ୍ୟପାନ ମସ୍ତିଷ୍କରେ ନ୍ୟୁରୋଟ୍ରାନ୍ସମିଟରର ସନ୍ତୁଳନକୁ ବାଧା ଦେଇଥାଏ । ତେଣୁ ଅତ୍ୟଧିକ ମଦ୍ୟପାନଠାରୁ ଦୁରେଇ ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Food Make You Feel Anger
Food Make You Feel Anger (RKC)

ଚିନି ମିଶ୍ରିତ ଖାଦ୍ୟ: ବିଶେଷଜ୍ଞମାନେ କହିଛନ୍ତି ଯେ, ଅଧିକ ଚିନି ମିଶିଥିବା ଖାଦ୍ୟ ମଧ୍ୟ କ୍ରୋଧକୁ ବଢ଼ାଇଥାଏ । କ୍ୟାଣ୍ଡି, ଚକୋଲେଟ୍, ମୃଦୁ ପାନୀୟ ଏବଂ ମିଠା ସହିତ ଅଧିକ ଚିନିଯୁକ୍ତ ଖାଦ୍ୟ ରକ୍ତରେ ଶର୍କରା ସ୍ତର ବୃଦ୍ଧି କରିଥାଏ । ଯାହା ଚିଡିଚିଡା ଲାଗିବା ସହ ସାମାନ୍ୟ କଥାରେ କ୍ରୋଧିତ ହେବା ଭଳି ସମସ୍ୟା ଦେଖାଦିଏ । ଏହାସହ ଅଧିକ ଚିନି ଖାଇବା ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚାଇପାରେ ।

Food Make You Feel Anger
Food Make You Feel Anger (RKC)

ଏହା ମଧ୍ୟ ପଢ଼ନ୍ତୁ...ବର୍ଷା ଦିନେ ଏହି ଲକ୍ଷଣ ଦେଖାଗଲେ କରନ୍ତୁନି ଅଣଦେଖା, ହୋଇପାରନ୍ତି 'ଷ୍ଟୋମାକ ଫ୍ଲୁ' ର ଶିକାର - STOMACH FLU IN MONSOON

ଏହି ୱେବସାଇଟରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା, ଡାକ୍ତରୀ ଟିପ୍ସ ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଆମେ ଏହି ସୂଚନା ପ୍ରଦାନ କରୁଛୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.