thumbnail

By

Published : Aug 31, 2022, 11:41 AM IST

ETV Bharat / Videos

କଳାହାଣ୍ଡିରେ ହିତାଧିକାରୀଙ୍କ ପିଡିଏସ ଚାଉଳ ହଡପ ଅଭିଯୋଗ

ଭବାନୀପାଟଣା: କଳାହାଣ୍ଡିରେ ପିଡିଏସ ଚାଉଳ (PDS Rice) ଦୁର୍ନୀତି ଅଭିଯୋଗ । ହିତାଧିକାରୀଙ୍କ ପାଇଁ ଆସୁଥିବା ଚାଉଳ ହଡପ କରୁଛନ୍ତି ଅସାଧୁ କର୍ମଚାରୀ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତାରାପୁର ପଞ୍ଚାୟତରେ ଏଭଳି ସଙ୍ଗୀନ ହୋଇଛି । ପଞ୍ଚାୟତର ପୋଡ଼ବେଡା ଓ କର୍ଲାକୋଟ ଗାଁର ରାସନ କାର୍ଡ ହିତାଧିକାରୀଙ୍କୁ ଦୀର୍ଘ ୨ ମାସର ଚାଉଳ ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତକୁ ଚାଉଳ ଆସିଥିଲା । ହେଲେ ପଞ୍ଚାୟତର କାର୍ଯ୍ୟରତ ଯୋଗାଣ ସହାୟକ ହିତାଧିକାରୀଙ୍କ ୨ ମାସର ଚାଉଳ ହଡପ କରିଥିବା ବେଳେ ସେମାନଙ୍କୁ ଆଜିକାଲି କହି ଭୂଆଁ ବୁଲାଉ ଥିବା ଅଭିଯୋଗ ହୋଇଛି । ଏନେଇ ହିତାଧିକାରୀମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଘଟଣାର ତଦନ୍ତ ପରେ ଯୋଗାଣ ସହାୟକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ହିତାଧିକାରୀମାନଙ୍କୁ ଚାଉଳ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.