କୋରୋନା ଯୋଦ୍ଧାଙ୍କୁ ୫୦ଲକ୍ଷ ଟଙ୍କା ଅନୁଦାନ ରାଶି ଦିଆଯିବ : ପୋଲିସ ଡିଜି

By

Published : Oct 21, 2020, 12:54 PM IST

thumbnail
କଟକ : ରାଜ୍ୟରେ ୪୧ ଜଣ ପୋଲିସ କର୍ମଚାରୀ କୋରୋନାରେ ମୃତୁବରଣ କରିଛନ୍ତି । ଏହି ସମସ୍ତ କୋରୋନା ଯୋଦ୍ଧାଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ସରକାର ଘୋଷଣା କରିଥିଲେ । ଏହି କ୍ରମରେ ପ୍ରାୟ ଅଧିକାଂଶ ପରିବାର ଲୋକଙ୍କୁ ସ୍ବତନ୍ତ୍ର ଫାମିଲି ପେନସନ ଯୋଜନାରେ କ୍ଷତିପୂରଣ ଦିଆଯାଇଛି । ଏହି ପ୍ରକ୍ରିୟା ଜାରି ରହିଛି । ୫୦ ଲକ୍ଷ ଟଙ୍କା ଅନୁଦାନ ପ୍ରସଙ୍ଗରେ ରାଜ୍ୟ ସରକାର, କେନ୍ଦ୍ରସରକାରଙ୍କୁ ଚିଠି ଲେଖିଛନ୍ତି । ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ ବୋଲି କହିଛନ୍ତି ପୋଲିସ ଡିଜି । କେନ୍ଦ୍ର ସରକାର ଯଦି ଅନୁଦାନ ଦେବାକୁ ମନା କରନ୍ତି ତେବେ ରାଜ୍ୟ ସରକାର ଏହା ଦେବା ପାଇଁ ପ୍ରତିଶ୍ରୁତିବଧ୍ୟ ବୋଲି ପୋଲିସ ଡିଜି କହିଛନ୍ତି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.