ଝାରସୁଗୁଡାରେ କଂଗ୍ରେସର ପ୍ରତିବାଦ : ଇଡିର ସମନକୁ ବିରୋଧ କରି ଗର୍ଜିଲା ଦଳ - ଝାରସୁଗୁଡାରେ କଂଗ୍ରେସର ପ୍ରତିବାଦ
🎬 Watch Now: Feature Video
ଝାରସୁଗୁଡା : ଜିଲ୍ଲା କଂଗ୍ରେସ ପକ୍ଷରୁ ଝାରସୁଗୁଡା ଆୟକର କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆକ୍ରୋଶ ମୂଳକ ଭାବରେ ସମନ କରାଯାଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରର୍ଦଶନ କରାଯାଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ,କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ଇଡି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରୁଛି। ବାରମ୍ବାର ଉଭୟଙ୍କୁ ସମନ କରିବା ସହ ସେମାନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରୁଛି । ତେଣୁ କେନ୍ଦ୍ର ସରକାର ଏବଂ ଇଡି ଗାନ୍ଧୀ ପରିବାର ପ୍ରତି କରୁଥିବା ଏହି ବେଆଇନ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରନ୍ତୁ । ନଚେତ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳ କରାଯିବ ବୋଲି କୁହାଯାଇଛି । ଏହି ପ୍ରତିବାଦ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ,ପୂର୍ବତନ ସଭାପତି ପ୍ରମୁଖଙ୍କ ସହ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ,ଝାରସୁଗୁଡ଼ା