ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ନେଇ ସୁରଙ୍କ ପ୍ରତିକ୍ରିୟା

By

Published : Jun 22, 2022, 6:57 PM IST

thumbnail
ଭୁବନେଶ୍ବର: ପ୍ରାର୍ଥୀ ଘୋଷଣା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ରାଷ୍ଟ୍ରପତି ନିର୍ବାଚନ । ଯଶୋବନ୍ତ ସିହ୍ନା ମିଳିତ ବିରୋଧୀ ପ୍ରାର୍ଥୀ ହୋଇଥିବାବେଳେ ଏନଡିଏର ପ୍ରାର୍ଥୀ ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ମୟୂରଭଞ୍ଜର ବରିଷ୍ଠ ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁ । ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଜଣେ ଓଡ଼ିଆ ଝିଅ ଦେଶର ସର୍ବୋଚ୍ଚ ଆସନ ପାଇଁ ପାର୍ଥି ହୋଇଥିବାରୁ ସେ ବେଶ ଖୁସି ପ୍ରକାଶ କରିବା ସହ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ତେବେ ସଚ୍ଚା କଂଗ୍ରେସ କର୍ମୀ ହିସାବରେ ଦଳର ହାଇକମଣ୍ଡଙ୍କ ନିଷ୍ପତ୍ତି କ୍ରମେ ଭୋଟ ଦେବେ ବୋଲି କହିଛନ୍ତି ଜଟଣୀ ବିଧାୟକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.