୭୯ ବର୍ଷରେ ପାଦ ଥାପିଲେ ସୁର, ନାଚ ଗୀତରେ ଦୁଲୁକିଲା ରାଜଧାନୀ - ୭୯ବର୍ଷରେ ପାଦ ଥାପିଲେ ସୁର ରାଉତରାୟ
🎬 Watch Now: Feature Video
ଭୁବନେଶ୍ବର: ଆଜି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଲେ ସୋସିଆଲ ମିଡିଆର କ୍ରେଜ୍ ଭାଙ୍ଗ ଅଜା । ନିଜ ବାସଭବନରେ କର୍ମୀ ଓ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳିଛନ୍ତି ସୁର ରାଉତରାୟ । ଜନ୍ମଦିନକୁ ନେଇ ମାଉସୀ ମା’ ଛକରେ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଭୁବନେଶ୍ୱର ମେୟର ଓ ଡେପୁଟି ମେୟର ମଧ୍ୟ ସୁର ରାଉତ ରାୟଙ୍କୁ ଭେଟି ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ରେଡି, ମାଡ଼ି ଚାଲ, ବିୟୁଟିଫୁଲ, ମାର ତାଳି କହି କର୍ମୀ ଓ ସମର୍ଥକଙ୍କୁ ସର୍ବଦା ଉତ୍ସାହିତ କରନ୍ତି ସୁର । ଲୋକଙ୍କ ସେବା ତାଙ୍କର ଜୀବନର ବ୍ରତ ହୋଇଥିବା ବେଳେ ଆଜି ତାଙ୍କ ଜନ୍ମ ଦିନରେ ବି ସେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଇଟିଭି ଭାରତ, ଭୁବନେଶ୍ବର