ମାସ୍କ ବାଣ୍ଟି ସଚେତନ କରୁଛନ୍ତି କମିଶନରେଟ ପୋଲିସ
🎬 Watch Now: Feature Video
କୋରୋନାକୁ ନେଇ ବିଭିନ୍ନ ସ୍ଥାନରେ ଜାରି ରହିଛି ସଚେତନତା କାର୍ଯ୍ୟକ୍ରମ । କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ କରାଯାଇଛି । ଲୋକମାନଙ୍କୁ କୋରୋନା ବିଷୟରେ ସଚେତନ କରିବା ସହ ବାହାରକୁ ନ ବାହାରିବା ଗୋଟିଏ ସ୍ଥାନରେ ଏକାଧିକ ଲୋକ ନ ରହିବା ପାଇଁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି । ଅନେକ ଲୋକେ ଗରିବ ଲୋକଙ୍କ ମାସ୍କ କିଣିବା ପାଇଁ ସମ୍ବଳ ନ ଥିବାରୁ ସେମାନଙ୍କୁ ଏହା ପ୍ରଦାନ କରିବା ପାଇଁ କମିଶନରେଟ ପୋଲିସ ନିଷ୍ପତ୍ତି ନେଇଥିବା କହିଛନ୍ତି ଜୋନ 6 ର ପୋଲିସ ପ୍ରକାଶ ଚନ୍ଦ୍ର ପାଲ । ଯେପର୍ଯ୍ୟନ୍ତ ଲୋକମାନେ ସତପ୍ରତିଶତ ଏହାର ବ୍ୟବହାର ନ କରିଛନ୍ତି ଏ ରୋଗ ବ୍ୟାପିବାର ସମ୍ଭାବନା ମଧ୍ୟ ରହିବ । ତେଣୁ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରାଯିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି । ଏହି ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖରପୁର ଥାନାର ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।