ପୂଜା ପୂର୍ବରୁ ଟେଲିକମ ବିଭାଗକୁ CMCର ଚେତାବନୀ, ଶୀଘ୍ର ରୋଡ଼ କ୍ରସିଂ ହଟାଅ - ଶୀଘ୍ର ରୋଡ଼ କ୍ରସିଂ ହଟାଅ

🎬 Watch Now: Feature Video

thumbnail

By

Published : Sep 17, 2022, 10:56 AM IST

କଟକ: ଆସୁଛି ଶାରଦୀୟ ଦୁର୍ଗାପୂଜା । ମା' ଜଗତଜନନୀଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇପଡ଼ିଲାଣି କଟକ ସହର । ପୂଜାକୁ କିପରି ସରସ ସୁନ୍ଦର କରାଯିବ ସେନେଇ ଉଭୟ କଟକ ମହାନଗର ନିଗମ(CMC) ଓ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ଏହାରି ଭିତରେ କଟକରେ ଯେଉଁ ଟେଲିକମ ସଂସ୍ଥାମାନେ ରହିଛନ୍ତି ସେମାନଙ୍କ ୱେଆର ସବୁ ରାସ୍ତା କଡ଼ରେ ଥିବା ଖୁଣ୍ଟରେ କ୍ରସିଂ ଅବସ୍ଥାରେ ରହିଛି । ଯାହାକୁ ନେଇ ପୂଜା ସମୟରେ ଅନେକ ବାଧା ଉପୁଜିବ। ବିଶେଷକରି ଭସାଣି ସମୟରେ ମେଢ଼ ଯିବା କଷ୍ଟକର ହୋଇପଡିବ । ଏପରି ସ୍ଥଳେ ଟେଲିକମ ବିଭଗକୁ ବାରମ୍ବାର ତାଗିଦ କରିବା ସତ୍ତ୍ବେ ମଧ୍ୟ କର୍ଣ୍ଣପାତ କରୁନି ବିଭାଗ । ତେବେ ଆଗମୀ ୧୫ ଦିନ ମଧ୍ୟରେ ଯଦି ସେମାନଙ୍କ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯାଏ ତେବେ CMC ଆକ୍ସନ ମୁଡକୁ ଆସିବ ବୋଲି କହିଛନ୍ତି ମେୟର ସୁବାସ ସିଂ । ମାଟି ତଳେ କେବୁଲ ନେବାର ବ୍ୟବସ୍ଥା ରହିଥିବା ବି ଖୁଣ୍ଟରେ ତାର ଗୁଡିକ କ୍ରସିଂ କରି ନେବା ତାହା ସମ୍ପୂର୍ଣ୍ଣ ରୂପେ ନିୟମ ବାହାରେ । ଶୀଘ୍ର ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଟେଲିକମ ବିଭାଗକୁ ତାଗିଦ କରିଛି CMC । ୧୫ ଦିନ ମଧ୍ୟରେ ଯଦି ସ୍ଥିତିରେ ସୁଧାର ନ ଆସେ ତେବେ CMC ତା'ର କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି କହିଛନ୍ତି ମେୟର । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.