thumbnail

ଚିତାଲାଗି ଅମାବାସ୍ୟା: ବିଲରେ ଚିତଉପିଠା ପୋତି ଭଲ ଫସଲ ପାଇଁ ଚଷାପୁଅର ପୂଜାର୍ଚ୍ଚନା

By

Published : Jul 28, 2022, 12:29 PM IST

ଖୋର୍ଦ୍ଧା: ଓଡିଆଙ୍କ ପର୍ବ ପର୍ବାଣୀ ଏକଦମ ନିଆରା । ବାରମାସରେ ତେର ପର୍ବ, ବର୍ଷ ତମାମ ଝଟକୁଥାଏ ସଂସ୍କୃତି ଓ ପରମ୍ପରା । ଓଡିଆଙ୍କ ସବୁ ପର୍ବ ଭିତରେ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ଅନ୍ୟତମ । ଆଜି ହେଉଛି ଚିତାଲାଗି ଆମାବାସ୍ୟା । ପିଠାରେ ମହକୁଛି ପୁରପଲ୍ଲୀ । ଶ୍ରାବଣ ମାସରେ ବିଲରେ ରୁଆ ବେଉସଣରେ ଲାଗିଥାଏ ଚଷାପୁଅ । ବିଲରେ ଗେଣ୍ଡାକୁ ପିଠା ଦେଇ ରୋଗପୋକ ଦାଉରୁ ଫସଲକୁ ରକ୍ଷା କରିବା ଓ ପରିବାର ପାଇଁ ବର୍ଷକର ଆହାର ଅମଳ କରିବା ନେଇ ଚିତୋଉ ପିଠା କରି ଧାନ ବିଲରେ ଧୂପ ଦୀପ ଜାଳି ପିଠା ପକାଇ ମା' ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଛି ଚଷା ପୁଅ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.