ରଥଖଳା ହାଲଚାଲ: ୩ ରଥରେ ପ୍ରଥମ ଭୂଇଁର ଉଠିଛି ୬ କାଠ - ଘୋଷଯାତ୍ରା ୨୦୨୨
🎬 Watch Now: Feature Video

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତିନିରଥରେ ପ୍ରଥମ ଭୂଇଁର ୬ କାଠ ଉଠିଛି । ଦ୍ଵିତୀୟ ଓ ତୃତୀୟ ଭୂଇଁ ପାଇଁ କାର୍ଯ୍ୟ ଶେଷ ହୋଇଛି । ୧୪ ନାହାକ ନିର୍ମାଣ କାର୍ଯ୍ୟ ସରିଛି । ୧୯୬ ମହାରଣା, ଭୋଇ, କରତି, ରୂପକାର ଓ କମାର ସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସ୍ନାନପୂର୍ଣ୍ଣିମା ତିଥିରେ ତିନିରଥରେ ୧୪ ନାହାକ ପାଇଁ ମାପଚୁପ କରାଯାଇଥିଲା । ୬ଟି ଓରା ସମେତ ୪ ଗୋଟି ଖମି ସଂଯୋଗ କରାଯାଇଥିଲା । ଏହାଛଡା ଭୂଇଁର ପ୍ରଥମ ଭାଗରେ କନକମୁଣ୍ଡି ସଂଯୋଗ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ତିନିରଥରେ ୮ଟି ଲେଖାଏଁ ଗାରେଡି ଏବଂ ୪ଟି ଲେଖାଏଁ ଅଁଳା ନିର୍ମାଣ ଶେଷ ହୋଇଥିଲା । ରୂପକାର ସେବକ ରଥର ସିଂହାସନରେ କୁମ୍ଭ, ଡାଳିଲତା ଓ ପଦ୍ମପାଖୁଡା ଖୋଦେଇ କରୁଛନ୍ତି । ନାଟଗୋଡ ଗୁଡିକରେ ଗନ୍ଧର୍ବ ରୂପ ଖୋଦେଇ କରାଯାଉଛି । ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ବିଡ଼ିଆ କଣ୍ଟା ଓ ଫାନ୍ଦକଣ୍ଟା ପ୍ରସ୍ତୁତ କରୁଛନ୍ତି ।