ଦିନକ ପରେ ଅଲାରନାଥଙ୍କ ଚନ୍ଦନ ଯାତ୍ରା ଆରମ୍ଭ - ପ୍ରଭୁ ଅଲାରନାଥଙ୍କ ଚନ୍ଦନ ଯାତ୍ରା
🎬 Watch Now: Feature Video
ବ୍ରହ୍ମଗିରି: ଶ୍ରୀକ୍ଷେତ୍ର ପୁରୀ ପରି ବ୍ରହ୍ମଗିରିର ଆରାଧ୍ୟ ଦେବତା ଅଲାରନାଥଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଚଳିତ ବର୍ଷ ଅକ୍ଷୟ ତୃତୀୟା ଠାରୁ ହେବାକୁ ଥିବା ଯାତ୍ରାର ପ୍ରଥମ ଦିନରେ ବିଭ୍ରାଟ ଦେଖାଯାଇଥିଲା । ବିମାନବଡୁ ସେବାୟତଙ୍କ ମଧ୍ୟରେ ଉପୁଜି ଥିବା କଳହକୁ ନେଇ ନୀତିରେ ବିଭ୍ରାଟ ହୋଇଥିଲା । ଫଳରେ ଦିନ ପରିବର୍ତ୍ତେ ଠାକୁର ରାତି ୨ଟା ସମୟରେ ଚନ୍ଦନ ପୁଷ୍କରିଣୀକୁ ନିଆ ଯାଇଥିଲା । ମାତ୍ର ଚାପ ଖେଳିବା ପରିବର୍ତ୍ତେ କେବଳ ପାଣି ଛୁଇଁ ଫେରିଥିଲେ ପ୍ରଭୁ ଅଲାରନାଥ । ଏପଟେ ଆଜି ଟ୍ରଷ୍ଟି ଏବଂ ସେବାୟତଙ୍କ ଏକ ବୈଠକ ପରେ ଏହାର ସମାଧାନ କରାଯାଇଥିଲା । ଦ୍ୱିତୀୟ ଦିନ ନିର୍ଦ୍ଧାରିତ ସମୟ ଅନୁସାରେ, ଶ୍ରୀଦେବୀ, ଭୂଦେବୀ ଏବଂ ମଦନମୋହନଙ୍କୁ ପାଲିଙ୍କି ଓ ବିମାନରେ ବଜାର ପରିକ୍ରମା କରାଯିବା ପରେ ଚନ୍ଦନ ଚକଡାକୁ ନିଆଯାଇଥିଲା । ନନ୍ଦା ଓ ଭଦ୍ରା ଡଙ୍ଗାରେ ଶ୍ରୀଜୀଉଙ୍କୁ ବସାଇ ଚନ୍ଦନ ପୁଷ୍କରିଣୀରେ ଚାପ କରାଯାଇଥିଲା । ପୁରୀ ଭଳି ଏଠାରେ ମଧ୍ୟ ୨୧ ଦିନ ଚାପ ଖେଳ ଅନୁଷ୍ଠିତ ହେବ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ