thumbnail

ନାମାଙ୍କନ ଭରିଲେ ଦ୍ରୌପଦୀ ମୁର୍ମୁ, ବାସଭବନରେ ଜୋରଦାର ସେଲିବ୍ରେସନ

By

Published : Jun 24, 2022, 4:08 PM IST

ରାଇରଙ୍ଗପୁର: ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଆଜି ରହିଛି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦ୍ରୈପଦୀ ମୁର୍ମୁ । ଏନେଇ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ବାଇଦାପୋଷିରେ ଥିବା ଦ୍ରୌପଦୀ ମୁର୍ମୁଙ୍କ ବାସଭବନରେ ଏକ ବଡ ଉତ୍ସବ ପାଳନ ହୋଇଛି । ବାଜା ବାଣରେ କମ୍ପିଛି ସ୍ଥାନୀୟ ଅଞ୍ଚଳ । ଆଦିବାସୀ ନୃତ୍ୟର ଆସର ଜମିଛି । ପରସ୍ପର ମିଠା ଖୁଆଇ ନିଜର ଖୁସି ଜାହିର କରିଛନ୍ତି ନେତା ଓ କର୍ମୀ । ପାରମ୍ପରିକ ଆଦିବାସୀ ନୃତ୍ୟ ଗୀତରେ ଝୁମି ଚାଲିଛନ୍ତି ରାଇରଙ୍ଗପୁର ବାସୀ। ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ଅଞ୍ଚଳବାସୀ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଏ ନେଇ ଆମ ଇଟିଭି ଭାରତ ଟିମ୍ ରାଇରଙ୍ଗପୁର ଦ୍ରୌପଦୀ ମୁର୍ମୁଙ୍କ ବାସଭବନରେ ପହଞ୍ଚି ରାଇରଙ୍ଗପୁର ବାସୀଙ୍କ ପ୍ରତିକ୍ରିୟା ନେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.