ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିଲା ପୁରୀ ବିଜେପି - ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିଲା ପୁରୀ ବିଜେପି
🎬 Watch Now: Feature Video
ପୁରୀ: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ହାସଲ ପରେ ପୁରୀରେ ବିଜେପି ପକ୍ଷରୁ ସେଲିବ୍ରେସନ କରାଯାଇଛି । ପ୍ରଥମ ଓଡିଆ ମହିଳା ତଥା ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଜିତିଥିବାରୁ ଓଡ଼ିଶାବାସୀଙ୍କ ପାଇଁ ଏହା ବେଶ୍ ଗର୍ବର ବିଷୟ । ବିଜେପି କର୍ମୀ, ନେତା ମାନେ ପ୍ରଥମେ ବାଜା ବଜାଇ, ପ୍ଲା କାର୍ଡ ଧରି ଶ୍ରୀମନ୍ଦିରର ଚାରି ପାଖ ପରିକ୍ରମା କରିଥିଲେ । ପରେ ସିଂହଦ୍ଵାର ସମ୍ମୁଖରେ ବାଜାର ତାଳେ ତାଳେ ନାଚି ମିଠା ବାଣ୍ଟିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଦ୍ରୌପଦୀ ମୁର୍ମୁଙ୍କୁ ଆଶୀର୍ବାଦ ଦିଅନ୍ତୁ ପ୍ରାର୍ଥନା କରାଯାଇଥିଲା । ଇଟିଭି ଭାରତ, ପୁରୀ