Omicron Scare: ନୂଆବର୍ଷରେ ମନ୍ଦିରରେ ତାଲା, ନିରାଶ ଭକ୍ତ

🎬 Watch Now: Feature Video

thumbnail

By

Published : Jan 1, 2022, 1:43 PM IST

କଟକ: ନୂଆ ବର୍ଷରେ(new year) ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । କୋରୋନା ଓ ଓମିକ୍ରନର ଦ୍ରୁତ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛି ପ୍ରଶାସନ । ତେବେ ନୂଆବର୍ଷ ଆରମ୍ଭରୁ ପ୍ରଭୁଙ୍କ ଟିକେ ଝଲକ ମିଳିଲେ ଶ୍ରଦ୍ଧାଳୁ କୃତ୍ୟକୃତ୍ୟ ହୁଏ। ହେଲେ ଚଳିତବର୍ଷ ମନ୍ଦିରରେ ପଡିଛି ତାଲା। ମୁଖ୍ୟ ଦ୍ବାର ନିକଟରେ ଭକ୍ତ ଆସି ନିବେଦନ କରୁଛି। ତେବେ ନୂଆ ବର୍ଷ ପାଇଁ ଗତ 31 ତାରିଖରୁ ଜାନୁଆରୀ 2 ତାରିଖ ପର୍ଯ୍ୟନ୍ତ କଟକରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ(religious place closed) ରହିବା ନେଇ ଗାଇଡ଼ ଲାଇନ ଜାରି କରିଛି କଟକ ମହାନଗର ନିଗମ । ମନ୍ଦିରରେ ଯଥାବିଧି ପୂଜାର୍ଚ୍ଚନା ହେବା ସହ ସାଧାରଣ ଦର୍ଶନ ବନ୍ଦ ରହିଛି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.