ଦିନକ ପରେ ବାହୁଡା ଯାତ୍ରା: ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ସନ୍ଧ୍ୟା ଦର୍ଶନ ଉପରେ କଟକଣା, ଭକ୍ତଙ୍କ ମହଲରେ ଅସନ୍ତୋଷ

By

Published : Jul 7, 2022, 10:02 PM IST

thumbnail
ପୁରୀ: ଆଉ ମାତ୍ର ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଣୁ, ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ ଲାଭ କରିବାର ଆଉ ଅଳ୍ପ ସମୟ ଥିବାରୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ଯାଇ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରୁଛନ୍ତି । ଆସନ୍ତାକାଲି (ଶୁକ୍ରବାର) ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ରହିଛି । ତେବେ ବାହୁଡ଼ା ଯାତ୍ରା ପ୍ରସ୍ତୁତି ତଥା ଅନେକ ନିତୀକାନ୍ତି ରହିଥିବାରୁ ଭକ୍ତମାନେ ସନ୍ଧ୍ୟା ବେଳେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଓ ଦଇତା ପତି ନିଯୋଗ ଏହି ନିଷ୍ପତ୍ତି ନେଇଛି । ତେବେ ସନ୍ଧ୍ୟା ଦର୍ଶନ ସମୟରେ ଦର୍ଶନ କଟକଣା ଲଗାଯାଇ କେବଳ ସକାଳୁ ଦିନ 4ଟା ଯାଏଁ ଦର୍ଶନ ନେଇ ନିଷ୍ପତ୍ତି ହୋଇଛି । ସନ୍ଧ୍ୟା ଦର୍ଶନ ବନ୍ଦ ନିଷ୍ପତ୍ତିକୁ ଭକ୍ତମାନେ ନାପସନ୍ଦ କରିଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.