ଯୁବକଙ୍କୁ ମାଡ଼ ମାରିବା ଭିଡ଼ିଓ ଭାଇରାଲ: ୩ ଅଟକ

By

Published : Dec 22, 2021, 3:32 PM IST

thumbnail
ଖୋର୍ଦ୍ଧା: ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଗାଁ ଦାଣ୍ଡରେ ଯୁବକଙ୍କୁ ମାଡ଼ ମାରିବାର ଭିଡିଓ । ଏହି ଭିଡିଓରେ ଜଣେ ଯୁବକଙ୍କୁ ଦୁଇଜଣ ଯୁବକଙ୍କ ସହ ଜଣେ ମହିଳା ଗାଁ ଦାଣ୍ଡରେ ଠେଙ୍ଗାରେ ପିଟିବାରେ ଲାଗିଛନ୍ତି । ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ତଳସାହିରେ। ଗ୍ରାମର ଜଣେ ଅସାମାଜିକ ଯୁବକ ବିଭିନ୍ନ ସମୟରେ ଦାଦାବଟି ଆଦାୟ ଓ ମହିଳାମାନଙ୍କୁ ଦୁର୍ବ୍ୟବହାର କରି ଆସୁଥିଲେ । ଏନେଇ ଉତ୍ୟକ୍ତ ହୋଇ ଜଣେ ମହିଳାଙ୍କ ସମେତ ଦୁଇଜଣ ଯୁବକ କାଠ ଫାଳିଆ ଆଉ ଠେଙ୍ଗାରେ ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ ହେଉଛି । ଯାହାକୁ ନେଇ ଟାଙ୍ଗୀ ଥାନା ପୋଲିସ ଏକ ମାମଲା ରୁଜୁ କରି ତିନିଜଣଙ୍କୁ ଅଟକ ରଖିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.