ରାଷ୍ଟ୍ରପତି ହେଲେ ମୁର୍ମୁ, ମୂର୍ତ୍ତିଶିଳ୍ପୀଙ୍କ ନିଆରା ଶୁଭେଚ୍ଛା ବାର୍ତ୍ତା
🎬 Watch Now: Feature Video
ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏବେ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ପଦରେ ଅଳଙ୍କୃତ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଶର କୋଣ ଅନୁକୋଣରୁ ନିଆରା ଢଙ୍ଗରେ ଶୁଭେଚ୍ଛାର ସୁଅ ଛୁଟିଛି । ରାଞ୍ଚିର ମୂର୍ତ୍ତିଶିଳ୍ପୀ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ମୂର୍ତ୍ତି ତିଆରି କରିଛନ୍ତି । ସେ ମୁର୍ମୁଙ୍କ ସାଧାସିଧା ଜୀବନରେ ଅନୁପ୍ରାଣିତ ହୋଇଛନ୍ତି । ଏହି ମୂର୍ତ୍ତିଟି ୩D ଡିଜାଇନର ହୋଇଥିବା ବେଳେ ଏହାର ଉଚ୍ଚତା ୯ ଇଞ୍ଚ ରହିଛି ।