ହାଇଦ୍ରାବାଦ: ସରିଲା 2024 । ନୂଆବର୍ଷ 2025କୁ ସାରା ଦେଶରେ ଜୋରଦାର ସେଲିବ୍ରେସନ ସହ ସ୍ୱାଗତ କରିଛନ୍ତି ଲୋକେ । ତେବେ 2024 ଅନେକଙ୍କ ପାଇଁ ଭଲ ଏବଂ ଖରାପର ଛାପ ଛାଡି ଯାଇଥିବା ବେଳେ ଏହି ବର୍ଷକୁ ବିଦାୟ ଦେଇଛନ୍ତି ସାଧାରଣ ଲୋକଙ୍କ ଠାରୁ ଫିଲ୍ମ ସେଲିବ୍ରିଟି ଏବଂ ସ୍ୱାଗତ କରିଛନ୍ତି ନୂଆବର୍ଷ 2025କୁ । ଅର୍ଚ୍ଚିତା ସାହୁ-ସବ୍ୟସାଚୀଙ୍କ ଠାରୁ ବାବୁସାନ ମହାନ୍ତି, ଏଲିନା ସାମନ୍ତରାୟ ଯାଏଁ ଅନେକ ଓଡ଼ିଆ ସେଲିବ୍ରିଟି ବର୍ଷକୁ ଖାସ୍ ଢଙ୍ଗରେ ବିଦାୟ ଜଣାଇ ନୂଆ ବର୍ଷକୁ ସେଲିବ୍ରେଟ କରିଛନ୍ତି । ସୋସିଆଲ ମିଡିଆରେ ସେୟାର କରିଛନ୍ତି ଖାସ୍ ପୋଷ୍ଟ ।
ନୂଆ ବର୍ଷକୁ ସ୍ୱାଗତ କଲେ ଅର୍ଚ୍ଚିତା ସାହୁ-ସବ୍ୟସାଚୀ ମିଶ୍ର
ଓଲିଉଡ଼ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବର୍ଷକର ସ୍ମୃତି ମନେପକାଇ ନିଜର ଖାସ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ଭିନ୍ନ ଭିନ୍ନ ଅନ୍ଦଜାରେ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''2024ର ଫଟୋ ଯାହା ମୋର ସ୍ମୃତିରେ ସବୁଦିନ ପାଇଁ ରହବି । 2024 ପାଇଁ କୃତଜ୍ଞ । ସେପଟେ ସବ୍ୟସାଚୀ ମିଶ୍ର ନୂଆ ବର୍ଷ ଆରମ୍ଭରୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ସେ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ମହାବାହୁଙ୍କ ଦର୍ଶନ ସମୟର ଫଟୋ ସେୟାର କରି ଲେଖିଛନ୍ତି, ''ଧନ୍ୟବାଦ ଦେବାକୁ ଯାଇଥିଲି ମୋ ସାଆନ୍ତଙ୍କୁ । 2024 ର ସଫଳତା ବିଫଳତା ସୁଖ ଦୁଃଖ, 2025 ପାଇଁ ଆମ ସମସ୍ତଙ୍କୁକୁ ଆଉ ଟିକେ ଅଧିକା ଶକ୍ତ କରୁ ସେଇ ପ୍ରାର୍ଥନା କରି ଆସିଲି । ଜୟ ଜଗନ୍ନାଥ ।''
2024କୁ ଏମିତି ବିଦାୟ ଦେଲେ ରିୟା ଦେ
ସେହିପରି ଅଭିନେତ୍ରୀ ରିୟା ଦେ ମଧ୍ୟ ଖାସ୍ ଅନ୍ଦାଜରେ 2024କୁ ବିଦାୟ ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ପରିବାର ଠାରୁ ଆରମ୍ଭ କରି 2024ରେ କାଟିଥିବା ନିଜର କିଛି ଖାସ୍ ମୁହୁର୍ତ୍ତର ଝଲକ ଦେଖାଇଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ''2024, ତୁମେ ଆଜୀବନ ସ୍ମରଣୀୟ ହେବାକୁ ଏକ ବର୍ଷ ହୋଇଛ । ଉତ୍କଣ୍ଠାର ପରିପୂର୍ଣ୍ଣ ତଥାପି ଆଶ୍ଚର୍ଯ୍ୟଜନକ । ହୃଦୟରେ କୃତଜ୍ଞତା ଜଣାଉଛି । ଜୟ ଜଗନ୍ନାଥ । ଶେଷ ଭଳ ତ ସବୁ ଭଲ ।''
ନୂଆବର୍ଷରେ ଏହା ପ୍ରତିଜ୍ଞା ନେଲେ ସୂର୍ଯ୍ୟମୟୀ
ଅଭିନେତ୍ରୀ ସୂର୍ଯ୍ୟମୟୀ ମଧ୍ୟରେ ଖାସ୍ ଅନ୍ଦାଜରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ''ପ୍ରତ୍ୟେକ ଥର ଯେତେବେଳେ ମୁଁ ଏକ ଭୂମିକାରେ ପାଦ ଦିଏ, ମୁଁ ମୋର ହୃଦୟ ଏବଂ ଆତ୍ମାକୁ ଚରିତ୍ରଗୁଡ଼ିକୁ ଜୀବନ୍ତ କରିବାକୁ ଢାଳିଥାଏ, ଏବଂ ଏହା ତୁମର ପ୍ରେମ ଏବଂ ସମର୍ଥନ ଯାହା ମୋର ଉତ୍ସାହକୁ ବଢାଇଥାଏ । ମୋ କଳାକୁ ପ୍ରଶଂସା କରୁଥିବା, ମୋ ଯାତ୍ରାକୁ ପାଳନ କରୁଥିବା ଏବଂ ଆଲୋକ ଲିଭିବା ପରେ ମଧ୍ୟ ମୋ ଉପରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ଧନ୍ୟବାଦ । ମୁଁ ପ୍ରତିଟି ପ୍ରଦର୍ଶନରେ ବଢିବା, ବିକାଶ ଏବଂ ମୋର ଶ୍ରେଷ୍ଠତ୍ୱ ରଖିବାକୁ ପ୍ରତିଜ୍ଞା କରୁଛି । ଏହି ଯାତ୍ରା କେବଳ ମୋର ନୁହେଁ - ଏହା ଆମର ଅଟେ । ଚାଲ ଏକାଠି ସ୍ୱପ୍ନ ଦେଖିବା । ନୂଆ ବର୍ଷର ଶୁଭକାମନା ।''
ଏଲିନା ସାମନ୍ତାରାୟ 2024କୁ ଏପରି ଦେଲେ ବିଦାୟ
ଅଭିନେତ୍ରୀ ଏଲିନା ସାମନ୍ତାରାୟ 2024କୁ ତାଙ୍କ ଜୀବନର ଶ୍ରେଷ୍ଠ ବର୍ଷ ବୋଲି କହିଛନ୍ତି । 2024 ସ୍ମୃତିର ଅନେକ ଫଟୋ ସେୟାର କରିଛନ୍ତି । କହିରଖୁଛୁ କି, ନଭେମ୍ୱର 17ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଦୀର୍ଘ ଦିନର ଡେଟିଂ ପରେ ବୟଫ୍ରେଣ୍ଡ ଅନୁରାଗ ପଣ୍ଡାଙ୍କ ସାତ ଜନ୍ମର ସାଥୀ କରିଥିଲେ ଏଲିନା । ତେବେ ବିବାହ ପରେ ସେ ପ୍ରଥମ ଥର ନୂଆବର୍ଷ ପାଳନ କରିଛନ୍ତି । ସେ ନିଜ ପରିବାର ସହ ବିତାଇଥିବା ଅନେକ ସୁନ୍ଦର ମୁହୁର୍ତ୍ତ କଏଦ କରିଛନ୍ତି ।
ସେହିପରି ଅଭିନେତ୍ରୀ ମହେଶ୍ୱତା ରାୟ ଏବଂ ଅଭିନେତା ବାବୁସାନ ମହାନ୍ତି, ଦେବଯାନୀଙ୍କ ସମେତ ଅନେକ ଓଲିଉଡ଼ କଳାକାର 2024କୁ ବିଦାୟ ଦେଇ ନୂଆ ବର୍ଷ ସ୍ୱାଗତ ସହ ଧୁମଧାମରେ ସେଲିବ୍ରେଟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: 2024 ଚର୍ଚ୍ଚାରେ ଓଲିଉଡରୁ ବଲିଉଡ, 'ତୁତୁ ମେଁମେଁ' ରେ ଘେରି ରହିଥିଲେ ସେଲିବ୍ରିଟି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ