ଗାନ୍ଧୀନଗରରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଔଷଧ କମ୍ପାନୀ

🎬 Watch Now: Feature Video

thumbnail
ଗାନ୍ଧୀନଗର: ଗାନ୍ଧୀନଗରରେ ଭୟଙ୍କର ଅଗ୍ନିକାଣ୍ଡ । ଗାନ୍ଧୀନଗର ଠାରେ ଥିବା ସିଜ୍ ଇଣ୍ଡଷ୍ଟ୍ରିଆଲ୍ ଜୋନସ୍ଥିତ ଏକ ଔଷଧ କମ୍ପାନୀରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି । ଖବରପାଇ ଗାନ୍ଧୀନଗର ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସୂଚନାନୁସାରେ ଆଜି (ରବିବାର) ପୂର୍ବାହ୍ନରେ ଗାନ୍ଧୀନଗରର କାଲୋଲର SIZ GIDC ନାମକ ଏକ ଔଷଧ କମ୍ପାନୀରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି । ଘଟଣାରେ କଲପ୍ସର ବିଭାଗ ଏବଂ ଗାନ୍ଧୀନଗର ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହାର କାରଣ ଏଯାଏଁ ଜଣାପଡ଼ିନି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.