ଭୁବନେଶ୍ବର: ନନ୍ଦନକାନନରେ ସ୍ବତନ୍ତ୍ର ଭାବରେ କରାଯାଇଛି 'ବାନରଙ୍କ ଦୁନିଆ' । ପର୍ଯ୍ୟଟକଙ୍କ ଆକର୍ଷଣ ସାଜିବେ ଦେଶ ବିଦେଶର ବିଭିନ୍ନ ପ୍ରଜାତିର ମାଙ୍କଡ଼ । ଗୋଟିଏ ସ୍ଥାନରେ ପର୍ଯ୍ୟଟକମାନେ ବିଭିନ୍ନ ପ୍ରଜାତିର ମାଙ୍କଡ଼ଙ୍କୁ ଦେଖିବାକୁ ପାଇବେ । ପର୍ଯ୍ୟଟକଙ୍କ ପାଇଁ ଏଭଳି ନିଆରା ପଦକ୍ଷେପ ନେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦ୍ଘାଟିତ ହୋଇଛି ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ଼ ‘ବାନରଙ୍କ ଦୁନିଆ’ ।
ଗୋଟିଏ ସ୍ଥାନରେ ବିଶ୍ଵର ବିଭିନ୍ନ ପ୍ରଜାତିର ମାଙ୍କଡ଼:
ଗୋଟିଏ ସ୍ଥାନରେ ବିଶ୍ବର ବିଭିନ୍ନ ପ୍ରଜାତିର ମାଙ୍କଡ଼ ଦେଖିବାକୁ ମିଳିବ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦଘାଟିତ ହୋଇଛି ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ 'ବାନରଙ୍କ ଦୁନିଆ' । ୧୩୬୬୫.୨ ବର୍ଗଫୁଟ ଅଞ୍ଚଳରେ ଏହି ଖୁଆଡ଼ ନିର୍ମାଣ ହୋଇଛି । ଏଥିପାଇଁ ମୋଟ ୧ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ବିଭିନ୍ନ ଦେଶର ୭ ପ୍ରଜାତିର ମାଙ୍କଡ଼ ଦେଖିବାକୁ ପାଇବେ । ସେଥିରେ ଅଛନ୍ତି ତୁଳା ମୁଣ୍ଡିଆ ଟାମାରିନ୍ (Cotton Top Tamarin) (କଲମ୍ବିଆ), ସୁନେଲି ହାତ ଟାମାରିନ୍ (Golden Handed Tamarin) (ଦକ୍ଷିଣ ଆମେରିକା), କଳାକାନ ମାର୍ମୋସେଟ୍ (Black Tufted Marmoset) (ଦକ୍ଷିଣ ଆମେରିକା), ଗୁଣ୍ଡୁଚି ମାଙ୍କଡ଼ (Common Marmoset)(ଦକ୍ଷିଣ ଆମେରିକା), ଟଫ୍ରେଡ୍ କାପୁଚିନ୍ (ଦକ୍ଷିଣ ଆମେରିକା), ସିଆମାଙ୍ଗ୍ (ମଳୟ ଉପଦ୍ୱୀପ ଓ ସୁମାତ୍ରା), ଜିଓଫ୍ରେ ମାର୍ମୋସେଟ୍( ବ୍ରାଜିଲ ଓ କଲମ୍ବିଆ) ।"
ବିଦେଶୀ ମାଙ୍କଡଙ୍କ ପାଇଁ କ'ଣ ରହିଛି ବ୍ୟବସ୍ଥା:-
ମାଙ୍କଡ଼ମାନଙ୍କ ପାଇଁ ନନ୍ଦନକାନନରେ ୧୮ଟି ଫିଡିଙ୍ଗ୍ ଚ୍ୟାମ୍ବର ଓ ୧୦ଟି ବ୍ୟାକ୍ କ୍ରୋଲ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ଖୁଆଡ଼ ବୁଲି ଦେଖୁବା ପାଇଁ ସମସ୍ତ ରାସ୍ତାକୁ କଂକ୍ରିଟ, ଉପରେ ଛାତ ଓ ଜନ୍ତୁମାନଙ୍କୁ ଦେଖୁବା ପାଇଁ ଖୁଆଡ଼ ସମ୍ମୁଖରେ କାଚ ଲଗାଯାଇଛି । ଖୁଆଡ଼ ସହିତ ପର୍ଯ୍ୟଟକମାନେ କୃତ୍ରିମ ଝରଣା ମଧ୍ୟ ଦେଖିପାରିବେ । ବର୍ତ୍ତମାନ ସମୟରେ ନନ୍ଦନକାନନରେ କେବଳ ୧୦ ପ୍ରଜାତିର ବିଦେଶୀ ମାଙ୍କଡ ଦେଖିବାକୁ ପାଇବେ । ସମୁଦାୟ ନନ୍ଦନକାନନରେ ୧୫ ପ୍ରଜାତିର ଦେଶୀ ଏବଂ ବିଦେଶୀ ମାଙ୍କଡ ଦେଖିବାକୁ ପାଇଵେ ପର୍ଯ୍ୟଟକ ।
ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବାକୁ ପ୍ରଥମ ସୋପାନ:
ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, "ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରୟାସ କରାଯାଉଛି । ଯାହା ଓଡ଼ିଆଙ୍କ ପାଇଁ ଗର୍ବ ଆଉ ଗୌରବ । ନନ୍ଦନକାନନକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ସେମାନଙ୍କର ସଂଖ୍ୟା କିଭଳି ଭାବରେ ବୃଦ୍ଧି କରାଯିବ ସେନେଇ ମଧ୍ୟ ଯୋଜନା କରାଯାଉଛି ।"
Nandankan now has the distinction of having an exclusive exotic primate enclosure, the only in in India, inaugurated by Honourable FE&CC Minister today.
— Susanta Nanda (@susantananda3) November 10, 2024
Cotton Top &
Golden Handed Tamarin, Siamang,
Black Tufted with Common &
Geoffroy's Marmoset; Squirrel Monkey will welcome u pic.twitter.com/PBErhHH2XH
ବିଦେଶୀ ମାଙ୍କଡଙ୍କୁ ଖାପଖୁଆଇବ ଜଳବାୟୁ:
ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, "ଭାରତରେ ଅନେକ ସ୍ଥାନରେ ବିଦେଶୀ ମାଙ୍କଡ ରହିଛନ୍ତି । ବ୍ରିଡ଼ିଂ ମଧ୍ୟ କରୁଛନ୍ତି । ନନ୍ଦନକାନନରେ ଜଳବାୟୁ ସହିତ ଖାପଖୁଆଇ ପାରିବେ । ସେମାନେ ଏଠାରେ ମଧ୍ୟ ବ୍ରଡିଂ କରିବାର ବ୍ୟବସ୍ଥା କରାଯାଉଛି । ସେମାନଙ୍କ ଉପରେ ଏକ ଟିମ୍ ମଧ୍ୟ ନଜର ରଖିଛି ।"
ବିଦେଶୀ ମାଙ୍କଡ ବିଷୟରେ ସାମାନ୍ୟ ସୂଚନା:
୨ ସୁନେଲି ହାତ ଟାମାରିନ୍:-
ଏହି ପ୍ରଜାତିର ମାଙ୍କଡମାନଙ୍କ ଦାନ୍ତ ବହୁତ୍ ଶକ୍ତ ରହିଥାଏ । ଦାନ୍ତ ଗୁଡ଼ିକ କଠିନ ଥିବା କାରଣରୁ ଫଳ ଦାନ୍ତରେ ଛଡ଼ାଇବା କୀଟ ପତଙ୍ଗ ଖାଇବା ଆଦି ସାହାଯ୍ୟ କରିଥାଏ । ଏମାନେ ବିଶେଷ ଭାବରେ ଦକ୍ଷିଣ ଆମେରିକାରେ ଦେଖାଯାଇଥାନ୍ତି ।
୩. କଳା କାନ ମାର୍ମୋସେଟ୍:-
ଏହି ମାଙ୍କଡ ମାନଙ୍କର କାନ ଉପରେ କଳା ରଙ୍ଗର ଲୋମ ଭରି ରହିଥାଏ । ଯାହା ଆକର୍ଷଣୀୟ ଦେଖାଯାଇଥାଏ । ଏମାନଙ୍କର ଆୟୁକାଲ ୧୫-୨୦ ବର୍ଷ । ଏମାନଙ୍କର ବାସସ୍ଥାନ ବିଶେଷ ଭାବରେ ତଟ ବର୍ତ୍ତି ଜଙ୍ଗଲ ଓ କ୍ରାନ୍ତିୟ ତୃଣଭୂମି । ଏହି ପ୍ରଜାତିର ମାଙ୍କଡ଼ ଉତ୍ତର ପୂର୍ବ ଦକ୍ଷିଣ ଆମେରିକାରେ ଦେଖାଯାଇଥାନ୍ତି ।
୪. ଗୁଣ୍ଡୁଚି ମାଙ୍କଡ଼:-
ବିଶେଷ ଭାବରେ ଏଭଳି ମାଙ୍କଡ ଛୋଟ ହୋଇଥାନ୍ତି । ଯାହା ଦେଖିବାକୁ ଗୁଣ୍ଡୁଚି ମୂଷା ଭଳି । ଏହି ମାଙ୍କଡ ଅଧିକ ଚଳଚଞ୍ଚଳ ରହିଥାନ୍ତି । ଏମାନଙ୍କର ଆଖି ବଡ଼ ବଡ଼ ହୋଇଥାଏ । ଏମାନଙ୍କର ଆୟୁକାଳ ୧୨-୨୦ ବର୍ଷ । ଏମାନଙ୍କର ବାସସ୍ଥାନ ନଦୀ କୂଳିଆ ଜଙ୍ଗଲ, କ୍ରାନ୍ତିୟ ବନ । ସାଧାରଣ ଭାବରେ ଉତ୍ତର ଦକ୍ଷିଣ ଆମେରିକାରେ ଦେଖାଯାଇଥାନ୍ତି ।
୫.ଟଫ୍ରେଡ୍ କାପୁଚିନ୍:-
ଏହି ମାଙ୍କଡ ଏକ ବୁଦ୍ଧିମାନ ମାଙ୍କଡ ଅଟନ୍ତି । ଏମାନେ ବିଶେଷ ଭାବରେ ୧୦-୩୫ ଜଣିଆ ବାସ କରିଥାନ୍ତି । ଧୂସର ଶରୀର ଓ ମୁଣ୍ଡରେ ଥିବା କଳା କେଶ ଓ ଲାଞ୍ଜ ଲମ୍ବାରୁ ଏମାନେ ଅଧିକ ଆକର୍ଷଣ ଦେଖାଯାଇଥାନ୍ତି । ଏମାନଙ୍କର ଆୟୁକାଳ ୨୦-୩୦ ବର୍ଷ । ଏମାନଙ୍କ ବାସସ୍ଥାନ ବିଶେଷ ଭାବରେ ବର୍ଷା ଏବଂ ଶୁଷ୍କ ଜଙ୍ଗଲରେ ଦେଖାଯାଇଥାନ୍ତି । ଏମାନେ ସାଧାରଣ ଭାବରେ ଦକ୍ଷିଣ ଆମେରିକାରେ ଦେଖାଯାଇଥାନ୍ତି ।
୬.ସିଆମାଙ୍ଗ୍:-
ଏମାନେ ବିଶେଷ ଭାବରେ ଅତ୍ୟଧିକ ବୁଦ୍ଧିମାନ । ବୁକ୍ଷ ଯିବି କଳା ଲୋମ ଯୁକ୍ତ ଅଟେ । ମାଙ୍କଡମାନଙ୍କ ଦୁଇ ବାହୁର ଲମ୍ବା ଶରୀରର ଲମ୍ବାର ଅଢେଇ ପୁଟ ପର୍ଯ୍ୟନ୍ତ ହୋଇଥାନ୍ତି । ଏମାନଙ୍କର ଆୟୁକାଳ ୩୦-୩୫ ବର୍ଷ । ଏମାନେ ପାର୍ବତ୍ୟ ବର୍ଷା ବନରେ ବସବାସ କରିଥାନ୍ତି । ସାଧାରଣ ଭାବରେ ଏହି ପ୍ରଜାତିର ମାଙ୍କଡ ମଳୟ ଉପଦ୍ୱୀପ ଓ ସୁମାତ୍ରାରେ ଦେଖିବାକୁ ମିଳିଥାନ୍ତି ।
୭.ଜିଓଫ୍ରେ ମାର୍ମୋସେଟ୍:-
ଏହି ମାଙ୍କଡ ବିଶେଷ ଭାବରେ ଆକର୍ଷଣୀୟ ହୋଇଥାନ୍ତି । ଏମାନେ ଧଳା ଲୋମ ଯୁକ୍ତ ହୋଇଥାନ୍ତି । ଏମାନଙ୍କର ଆୟୁକାଳ ୧୦-୧୫ ବର୍ଷ । ସାଧାରଣ ଭାବରେ ଏମାନେ ବ୍ରାଜିଲ ଓ କଲମ୍ବିଆରେ ଦେଖାଯାଇଥାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର