ETV Bharat / state

ମାଓ ମୁକାବିଲା ଟ୍ରେନିଂକୁ ସ୍ବାଗତ, ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବାକୁ ଦାବି - FIGHT AGAINST MAOIST

ମାଓବାଦୀଙ୍କୁ ଚେକ୍ ଦେବେ ସରକାର । ଛାତ୍ରଛାତ୍ରୀଙ୍କୁ ମିଳିବ ମାଓ ମୁକାବିଲା ଟ୍ରେନିଂ ।ଏହାକୁ ଛାତ୍ରଛାତ୍ରୀ ସ୍ବାଗତ କରିଥିବାବେଳେ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଦାବି କରିଛନ୍ତି ।

ମାଓ ମୁକାବିଲା ଟ୍ରେନିଂକୁ ସ୍ବାଗତ କଲେ ଛାତ୍ରଛାତ୍ରୀ
ମାଓ ମୁକାବିଲା ଟ୍ରେନିଂକୁ ସ୍ବାଗତ କଲେ ଛାତ୍ରଛାତ୍ରୀ (ମାଓ ମୁକାବିଲା ଟ୍ରେନିଂକୁ ସ୍ବାଗତ କଲେ ଛାତ୍ରଛାତ୍ରୀ)
author img

By ETV Bharat Odisha Team

Published : Nov 10, 2024, 10:52 PM IST

ବଲାଙ୍ଗୀର: ଏଣିକି କଲେଜ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଓ ମୁକାବିଲା ଟ୍ରେନିଂ । ଯାହା ମାଓ ମୁକାବିଲାରେ ସହାୟକ ହେବ ବୋଲି ଲକ୍ଷ୍ୟ ରଖିଛନ୍ତି ସରକାର । ତେବେ ଏହି ଟ୍ରେନିଂକୁ ସମସ୍ତେ ସ୍ୱାଗତ କରିଥିବା ବେଳେ ସେପଟେ ଶିକ୍ଷାର ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଛାତ୍ରଛାତ୍ରୀ । ସେମାନେ ରାଜ୍ୟରେ ନିଯୁକ୍ତିକୁ ଅଧିକ ପ୍ରାଧ୍ୟାନ୍ୟ ଦେବା ପାଇଁ ଦାବି କରିଛନ୍ତି ।

ଏମିତି କହିଥିଲେ ମନ୍ତ୍ରୀ:

ମାଓ ମୁକାବିଲା ଟ୍ରେନିଂକୁ ସ୍ବାଗତ କଲେ ଛାତ୍ରଛାତ୍ରୀ (ETV Bharat Odisha)

ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି,"ଖୁବଶୀଘ୍ର ମାଓ ପ୍ରଭାବିତ ଅଞ୍ଚଳରେ ଏଣିକି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରେନିଂ ଦିଆଯିବ ।ବିଶେଷ କରି ଯୁକ୍ତ ନୀତି ଛାତ୍ରଛାତ୍ରୀକୁ ଏହି ଟ୍ରେନିଂ ଦିଆଯିବ । ଯାହା ଦ୍ୱାରା ମାଓ ମୁକାବିଲାରେ ସହାୟତା ହେବ ।"ତେବେ ସରକାରଙ୍କ ଏହି ଯୋଜନାକୁ ଛାତ୍ରଛାତ୍ରୀ ସ୍ୱାଗତ କରିଥିବାବେଳେ କିଛି ଛାତ୍ରଛାତ୍ରୀ କହିଛନ୍ତି ନିଯୁକ୍ତି ସୃଷ୍ଟି କରିବା ଓ ଶିକ୍ଷାର ଭିତ୍ତିଭୂମି ସୁଧାରିଲେ ଆପେ ମାଓ କାର୍ଯ୍ୟକଳାପ ହ୍ରାସ ପାଇବ ।"

'ରାଜ୍ୟ ସରକାର ନିଯୁକ୍ତି ସୃଷ୍ଟି କରନ୍ତୁ':

ସୁମନ ନନ୍ଦ ନାମକ ଜଣେ ଛାତ୍ର କହିଛନ୍ତି,"କେବଳ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ସୀମିତ ନରଖି ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଟ୍ରେନିଂ ଦିଆଯାଉ । ବଲାଙ୍ଗୀର ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ଦାଦନ ପ୍ରବଣ ଜିଲ୍ଲା ଭାବରେ ଜଣାଶୁଣା । ଏଠାରେ କଳକାରଖାନା ଅଭାବ, ଜଳ ସେଚନ ବହୁ ଅସୁବିଧା ରହିଛି । ନିଯୁକ୍ତି ସୃଷ୍ଟି ହୋଇ ପାରୁନାହିଁ । କାମ ଧନ୍ଦା ପାଇଁ ଲକ୍ଷାଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ମାଓ ଅଞ୍ଚଳରେ ଯୁବକ ମାଓବାଦୀଙ୍କ ସହିତ ସାମିଲ ହୋଉଥିବାର ଅଭିଯୋଗ ଆସୁଛି । ତେଣୁ ରାଜ୍ୟ ସରକାର ନିଯୁକ୍ତି ସୃଷ୍ଟି କରନ୍ତୁ ।"ସେପଟେ କିଛି ଛାତ୍ରଛାତ୍ରୀ ଏଥିରେ ବାଛ ବିଚାର ନକରି ସବୁ କଲେଜ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଆ ଯାଉ ବୋଲି ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ମାଓ ମୁକାବିଲାରେ ସାରଥି ସାଜିବେ ଛାତ୍ରଛାତ୍ରୀ, ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାରେ ତାଲିମ

ଏହା ମଧ୍ୟ ପଢନ୍ତୁ ...ଲାଲଗଡ଼ରେ DGP, ୨୦୨୬ ସୁଦ୍ଧା ମାଓ ମୁକ୍ତ ନେଇ ରୋଡମ୍ୟାପ୍

ଏହା ମଧ୍ୟ ପଢନ୍ତୁ ...ଦେଶକୁ ସୁରକ୍ଷା ଦେବେ ମାଓ ପ୍ରବଣ ଅଞ୍ଚଳ ଛାତ୍ରଛାତ୍ରୀ, ସେନାବାହିନୀରେ ହେବେ ସାମିଲ

'ଆମେ ସ୍ୱାଗତ କରୁଛୁ':

ସେହିପରି ଜଣେ ଛାତ୍ର ଜ୍ୟୋତି ରଞ୍ଜନ ଦନ୍ତା କହିଛନ୍ତି,"ସରକାରଙ୍କ ଏହି ଯୋଜନା ସ୍ୱାଗତ ଯୋଗ୍ୟ ଅଟେ । ଆମେ ସବୁ ଆତ୍ମରକ୍ଷା ଟ୍ରେନିଂ ପାଇବୁ । ହେଲେ ମାଓ ମୁକାବିଲା ପାଇଁ ଏହା ଯୁକ୍ତିଯୁକ୍ତ ନୁହେଁ । କାରଣ ଏଠି ନିଯୁକ୍ତି ଅଭାବ ଓ ଶିକ୍ଷାର ଭିତ୍ତିଭୂମି ଅଭାବ ଆମର ମୁଖ୍ୟ ସମସ୍ୟା ଅଟେ । ତେଣୁ ସରକାର ଏସବୁ ଶୀଘ୍ର ଧ୍ୟାନ ଦିଅନ୍ତୁ ।" ଅନ୍ୟପଟେ ଆତ୍ମରକ୍ଷା ଟ୍ରେନର ଅସୀମ କୁମାର ଭୋଇ କହିଛନ୍ତି" ସରକାରଙ୍କ ଘୋଷଣା ସ୍ୱାଗତ ଯୋଗ୍ୟ ଅଟେ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.