thumbnail

ଟାଙ୍ଗୀରେ ଅଘଟଣ: ବଢି ପାଣିରେ ଭାସିଗଲେ ନାବାଳକ

By

Published : Jul 17, 2022, 4:41 PM IST

ଖୋର୍ଦ୍ଧା: ନଦୀକୁ ଗାଧୋଇ ଯିବା ହେଲା କାଳ । ବନ୍ୟା ପାଣିରେ ଭାସିଗଲେ ନାବାଳକ । ଟାଙ୍ଗୀ ଥାନା ଛକଡିପୁର ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ୧୪ ବର୍ଷର ନାବାଳକ ବିଜୁ ସାସମଲ । ୪ ଜଣ ସାଙ୍ଗଙ୍କ ସହ ଭରତଦାସ ବନ୍ଧକୁ ଗାଧୋଇବାକୁ ଯାଇଥିଲେ । ପାଣିରେ ପ୍ରଥମେ ପଶିଥିଲେ ବିଜୁ । କିନ୍ତୁ ବଢି ପାଣିରେ ବିଜୁ ଭାସିଯିବାରୁ ଅନ୍ୟମାନେ ପାଣିକୁ ଯାଇ ନ ଥିଲେ । ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ଏଯାବତ ନାବାଳକଙ୍କ ପତ୍ତା ମିଳିନାହିଁ । ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.