ଦାଦନ ଦୁଃଖ: ପ୍ରବାସୀ ଶ୍ରମିକଙ୍କ ପାଇଁ ନିର୍ମଳାଙ୍କ ପ୍ୟାକେଜ କେତେ ଦୂର କାର୍ଯ୍ୟକାରୀ ? - experts views
🎬 Watch Now: Feature Video
ଭୁବନେଶ୍ବର: ସାରା ଦେଶରେ ଜାରି ରହିଛି ଲକଡାଉନ । ରାଜରାସ୍ତାରେ ଦେଖିବାକୁ ମିଳୁଛି ପ୍ରବାସୀ ଶ୍ରମିକଙ୍କ ଦୟନୀୟ ଦୁଖଃ । ସରକାରୀ ତଥ୍ୟ ଅନୁସାରେ ଆମ ଦେଶରେ ପ୍ରାୟ 8 କୋଟି ପ୍ରବାସୀ ଶ୍ରମିକ ରହିଥବା ବେଳେ ରାଜ୍ୟରୁ ପ୍ରାୟ 20ଲକ୍ଷ ଲୋକ ପ୍ରବାସୀ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଇଥାନ୍ତି । ଯେଉଁମାନେ ସୁବବେଳେ ଅଣଦେଖା ହୋଇ ରହିଥାନ୍ତି । ଉଲ୍ଲେଖଥାଉ କି, ମେ 12 ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ 20 ଲକ୍ଷ କୋଟି ଟଙ୍କାର ‘‘ଆତ୍ମନିର୍ଭର ପ୍ୟାକେଜ’ ଭିତରେ ଫୋକସରେ ଥିଲେ ପ୍ରବାସୀ ଶ୍ରମିକ । ଘୋଷଣା ହେଲା ତାଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ । ‘‘ୱାନ ନେସନ ୱାନ ରାସନ’’ ମାଧ୍ୟମରେ ପ୍ରବାସୀ ଶ୍ରମିକ ଯେକୌଣସି ସ୍ଥାନରେ ରାସନ ପାଇ ପାରିବେ । ସେହିପରି ନିଜ ରାଜ୍ୟକୁ ଫେରିଲା ପରେ ମଧ୍ୟ ମନରେଗା ଯୋଜନା ମାଧ୍ୟମରେ କାମ ଯୋଗାଇ ଦେବା ପରି ପ୍ରତିଶୃତି ପ୍ରବାସୀ ଶ୍ରମିକଙ୍କୁ ମୋଦି ସରକାର ଦେଇଛନ୍ତି । ମାତ୍ର ଯୋଜନା କେତେ ଦୂର ହିତାଧିକାରୀଙ୍କ ପାଖରେ ପହଞ୍ଚିବ ଏବଂ ଏହା କାର୍ଯ୍ୟକାରୀ ହେବା କ୍ଷେତ୍ରରେ କଣ ସବୁ ଚ୍ୟାଲେଞ୍ଜ ରହିବ । ସେ ସମ୍ପର୍କରେ କଣ କହୁଛନ୍ତି ବିଶେଷଜ୍ଞ ଜାଣନ୍ତୁ...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ