thumbnail

By

Published : Oct 22, 2020, 8:10 PM IST

ETV Bharat / Videos

ଅଜଗରକୁ ଉଦ୍ଧାର ସମୟରେ ପେଟରୁ ବାହାରିଲା ବଣଭୁଆ

ନୟାଗଡ: ଭାପୁର ବ୍ଲକ ନିମାଣି ଗ୍ରାମ ରୁ 12 ଫୁଟ ଲମ୍ବ ର ଏକ ଅଜଗର ଉଦ୍ଧାର କରାଯାଇଛି l ଉଦ୍ଧାର ସମୟରେ ତା ପେଟରୁ ଏକ ବଣଭୁଆ ବାହାରିଥିଲା l କେହି ଜଣେ ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ l ଯାହାକି ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି l ପରେ ଅଜଗରଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ଖବରମୁତାବକ, ଗାଁମୁଣ୍ଡରେ ଥିବା କୁକୁଡ଼ା ଫାର୍ମ ନିକଟରେ ଅଜଗରଟି ଥିଲା l ଏହା ପୂର୍ବରୁ ଗୋଟିଏ ବଣଭୁଆକୁ ଖାଇ ଦେଇଥିଲା l ଯାହାଫଳରେ ସେ କୁଆଡ଼େ ଯାଇ ନପାରି ଫାର୍ମ ନିକଟରେ ଶୋଇ ରହିଥିଲା । ଲୋକମାନେ ବିଲକୁ ଯାଉଥିବା ବେଳେ ସାପଟିକୁ ଦେଖି ସଙ୍ଗେସଙ୍ଗେ ସ୍ନେକ୍ ହେଲ୍ପଲାଇନର ସଦସ୍ୟ ଓ ଫରେଷ୍ଟ କର୍ମଚାରୀ ବନମାଳି ପଟ୍ଟନାୟକଙ୍କୁ ଖବର ଦେଇଥିଲେ l ପରେ ସେମାନେ ଆସି ସାପଟିକୁ ଉଦ୍ଧାର କରିଥିଲେ l

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.