thumbnail

By

Published : Apr 24, 2021, 10:33 AM IST

ETV Bharat / Videos

କେନ୍ଦୁଝରରେ ସପ୍ତାହାନ୍ତ ସଟଡାଉନ, ଖାଁ ଖାଁ ରାସ୍ତା

କେନ୍ଦୁଝର: କୋରୋନାର ଦ୍ୱିତୀୟ ଲହରକୁ ନେଇ ଦେଶ ସାରା ହାହାକାର । ସଂକ୍ରମଣକୁ ରୋକିବା ପାଇଁ ଦେଶ ସମେତ ରାଜ୍ୟରେ କଡାକଡି ପାଳନ ହେଉଛି କୋଭିଡ ନିୟମ । ଏହି କୋରୋନାର ଚେନକୁ କାଟିବାକୁ ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଆଜି(ଶନିବାର) ଏହି ସପ୍ତାହାନ୍ତ ସଟଡାଉନର ପ୍ରଥମ ଦିନ । ଏହି ଘୋଷଣା ପରେ କେନ୍ଦୁଝର ଜିଲ୍ଲାରେ ଏହାର ପ୍ରଭାବ ପଡିଛି । ଜିଲ୍ଲାର 4ଟି ପୌରାଞ୍ଚଳ ଓ ଗୋଟିଏ ବିଜ୍ଞାପିତ ପରିଷଦରେ ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । ସବୁଠି ପୋଲିସ ପକ୍ଷରୁ କଡା ଚେକିଂ କରାଯାଉଛି । ଯେଉଁମାନେ ଅମାନିଆ ହେଉଛନ୍ତି ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିଶେଷ କରି ମାସ୍କ ଚେକିଂକୁ କଡାକଡି କରିଛି ପୋଲିସ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.