thumbnail

By

Published : Nov 21, 2019, 7:42 PM IST

ETV Bharat / Videos

ସରିଛି ବାଲିଯାତ୍ରା, କମୁନି ଗହଳି...

କଟକ: ଶେଷ ହୋଇଯାଇଛି ଐତିହାସିକ କଟକ ବାଲିଯାତ୍ରା । ଏବେ ଅପେକ୍ଷା ଆଗାମୀ ବର୍ଷକୁ । 9 ଦିନ ଧରି ଚାଲିଥିବା ରାଜ୍ୟର ଏହି ବାଣିଜ୍ୟିକ ମହାକୁମ୍ଭରେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ବୁଧବାର ମେଳା ଉଦଯାପିତ ହୋଇଥିବାବେଳେ ତଳ ପଡିଆରେ ପଡିଯାଇଛି ଶୂନ୍ୟତାର ବିରାମ ଚିହ୍ନ । ହେଲେ ଉପର ପଡିଆରେ କିନ୍ତୁ ଦେଖିବାକୁ ମିଳିଥିଲା ବାଲିଯାତ୍ରାର ଭ୍ରମ । ବିଶେଷକରି ଉଠା ବ୍ୟବସାୟୀଙ୍କ ଦୋକାନ ଆଗରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ବାଲିଯାତ୍ରା ଶେଷ ପରେ ବ୍ୟବସାୟୀ ଘରକରଣା ସାମଗ୍ରୀ ଗୁଡିକୁ କମ ଦର୍‌ରେ ବିକ୍ରି କରିବା ଆଶା ରଖି ଲୋକଙ୍କ ଆଗମନ ହୋଇଥଲା । ତେବେ ବାଲିଯାତ୍ରା ଉପର ପଡିଆରୁ ଆମ ସମ୍ବାଦଦାତା ସ୍ଥିତି ପରିଖିବା ସହ ବ୍ୟବସାୟୀ ଓ ଗ୍ରାହକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.