10 ବର୍ଷ ଧରି ଅଚଳ ଉଠା ଜଳପ୍ରକଳ୍ପ, ଜଳ ଅଭାବରୁ ହତାଶ ଚାଷୀ - water project has been failed
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8999337-thumbnail-3x2-village.jpg)
ଦେବଗଡ: ସରକାରଙ୍କ ଦେଖାଣିଆ ପ୍ରକଳ୍ପରେ ହନ୍ତସନ୍ତ ଚାଷୀ । ଉଠା ଜଳସେଚନ ପ୍ରକଳ୍ପରେ ଲକ୍ଷାଧିକ ଟଙ୍କା ବ୍ୟୟ ସତ୍ତ୍ବେ ପାଣି ମଡାଇବାକୁ ଅସମର୍ଥ କୃଷକ । ଚାଷ ଜମିକୁ ଜଳସେଚିତ କରିବାକୁ ସରକାରୀ ସ୍ତରରେ ପ୍ରସ୍ତୁତ ହେଉଛି ଲମ୍ବା ଚଉଡା ରିପୋର୍ଟ । ତଥାପି ହେକ୍ଟର ହେକ୍ଟରଚାଷ ଜମି ଫାଟି ଆଁ କରୁଛି । ଏପରି ଅଭିଯୋଗ ଦେବଗଡ ତିଳେଇବଣି ବ୍ଲକ ବିଛଣାପୁର ଗାଁରୁ ଆସିଛି । ଦୀର୍ଘ 10 ବର୍ଷ ଧରି ଏଠି ଉଠା ଜଳସେଚନ ପ୍ରକଳ୍ପର ଯନ୍ତ୍ରାଂଶ ଖରାପ ହୋଇପଡିଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଆନ୍ତରିକତା ନଜର ଆସୁନି । ଗତ 2009 ମସିହାରେ ଜଳସମ୍ପଦ ବିଭାଗ ପକ୍ଷରୁ ଗାଁରେ ଏକ ଉଠା ଜଳପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଗାଁ ନିକଟସ୍ଥ ମତୁଆଳି ନାଳ ଉପରେ ନିର୍ମିତ୍ତ ଏହି ପ୍ରକଳ୍ପରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ବ୍ୟୟ ହୋଇଥିଲା ଲକ୍ଷାଧିକ ଟଙ୍କା । କିନ୍ତୁ ପ୍ରକଳ୍ପଟି ଗୋଟିଏ ବର୍ଷ ଚାଲିବା ପରେ ଏହାର ସମସ୍ତ ଯନ୍ତ୍ରାଂଶ ଅଚଳ ହୋଇଗଲା । ମୋଟର ପୋଡିଯିବା ସହ ବିଦ୍ୟୁତ ଟ୍ରାନ୍ସଫର୍ମର ମଧ୍ୟ ଅକାମି ହୋଇଗଲା । ତେବେ 10 ବର୍ଷ ହୋଇଯିବ ବିଭାଗୀୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ କିମ୍ବା ଜିଲ୍ଲାପ୍ରଶାସନଙ୍କୁ ଏନେଇ ଚାଷୀ ଅବଗତ କରିଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ । ସମସ୍ୟା ସମାଧାନ ତ ଦୂରର କଥା କୌଣସି ଅଧିକାରୀଙ୍କ ପାଦ ପଡିଲା ନାହିଁ । ଫଳରେ ଜଳ ଅଭାବରୁ ଅଞ୍ଚଳରେ ଚାଷକାର୍ଯ୍ୟ ବ୍ୟାହତ ହେବା ସହିତ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି ।