ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ହେବ ଅଧିକ କୋରୋନା ଟେଷ୍ଟ - କୋରୋନା ଯୋଦ୍ଧାଙ୍କ ଉପରେ ରହିଛି ପ୍ରଶାସନର ନଜର, ମୃତ କର୍ମଚାରୀଙ୍କ ରିପୋର୍ଟ ପଠାଗଲା ରାଜ୍ୟଙ୍କୁ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7911686-806-7911686-1594017957968.jpg)
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋରୋନା ସ୍ଥିତି ଚିନ୍ତାଜନକ ରହିଥିବା ବେଳେ ଇତି ମଧ୍ୟରେ ବହୁ ବ୍ୟକ୍ତିବିଶେଷଙ୍କ ମୃତ୍ୟୁ ଘଟିଲାଣି । ଏପରିକି ଗତ ତିନିଦିନ ମଧ୍ୟରେ ଜିଲ୍ଲାରେ କୋରୋନା ମୁକାବିଲାରେ ନିୟୋଜିତ ଥିବା ଆଗଧାଡିର କୋରୋନା ଯୋଦ୍ଧାଙ୍କ ମଧ୍ୟରୁ ଦୁଇ ଜଣ ଶିକ୍ଷକଙ୍କ ସମେତ ଜଣେ ଅଙ୍ଗନୱାଡି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କୋରୋନା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ମୃତକଙ୍କ ପରିବାର ସହିତ ଜିଲ୍ଲା ପ୍ରଶାସନ ରହିଥିବା ସୂଚନା ଦେଇଛନ୍ତି । ମୃତକମାନେ କିଭଳି କୋରୋନା ମହାମାରୀ ସମୟରେ ନିଜର ଦାୟିତ୍ବ ସମ୍ପାଦନ କରିଥିଲେ ତାହାର ସମସ୍ତ ରିପୋର୍ଟ ସଂଗ୍ରହ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦିଆଯିବ ବୋଲି କୁହାଯାଇଛି ।