ପାପଡାହାଣ୍ଡି ଗୁଳିକାଣ୍ଡର ଶହୀଦ ବୀରଙ୍କ ଅକୁହା ବୀରତ୍ବ, ଅଲୋଡା 2 ସଂଗ୍ରାମୀଙ୍କ ପରିବାର - martyrs family negligence

🎬 Watch Now: Feature Video

thumbnail

By

Published : Aug 17, 2020, 3:26 PM IST

ନବରଙ୍ଗପୁର: 74ବର୍ଷରେ ପାଦ ଦେଇଛି ସ୍ବାଧୀନ ଭାରତ । ଏହି ଅବସରରେ ମନେ ପଡନ୍ତି ଅନେକ ସ୍ବାଧୀନତା ସଂଗ୍ରାମୀ । ଶୁଣିବାକୁ ମିଳେ ସେମାନଙ୍କ ଗାରିମାର ଗାଥା । ମାଟି ମାଁ କୁ ବିଦେଶୀ କବଳରୁ ସ୍ୱାଧୀନ କରିବା ପାଇଁ ହୋଇଥିବା ସଂଗ୍ରାମରେ ଓଡିଶାର ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ପାପଡା ହାଣ୍ଡିର ଅବଦାନ ଅନେକ ରହିଛି । ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଏପରି ଏକ ସ୍ଥାନ ଯାହାକି ଭାରତୀୟ ଇତିହାସରେ ସ୍ୱାଧୀନତା ପାଇଁ ହୋଇଥିବା ରକ୍ତାକ୍ତ ଗୁଳିକାଣ୍ଡର ଏକ ଦାଗକୁ ବହନ କରିଥାଏ। ଅଗଷ୍ଟ 24, 1942 ରେ ସ୍ୱାଧୀନ ପାଇଁ ବ୍ରିଟିଶ ବିରୋଧରେ ଏଠାରେ ସ୍ୱର ଉତ୍ତୋଳନ ହୁଏ ଏବଂ ପୋଲିସ ଗୁଳି ଚଳାଇବା ବେଳେ 19 ଜଣ ଶହୀଦ ହୋଇଥିବା ବେଳେ 300 ଜଣ ଆହତ ହୋଇଥିଲେ। ହେଲେ ସମୟ ସହିତ ସଭିଏଁ ଭୁଲି ଗଲେଣି ଏଇମାଟିର ସନ୍ତାନଙ୍କ ବଳିଦାନ,ହଁ କେବଳ ଏହି ଅଭିଭାଷଣରେ ହିଁ ସୀମିତ ଆମ ସ୍ବାଧୀନତା ସଂଗ୍ରାମୀଙ୍କ ସଂଗ୍ରାମ। ଯିଏ ନିଜ ଲାଲ ରକ୍ତର ବଳିଦାନ ଦେଇ ଆମକୁ ସ୍ବାଧୀନତାର ସ୍ବାଦ ଚଖାଇଲେ । ଆଜି ତାଙ୍କରି ପରିବାର ଜୀବନ ଜୀଇଁବାକୁ ସଂଘର୍ଷ କରୁଛନ୍ତି । ପେଟ ପୋଷିବାକୁ କରୁଛନ୍ତି ସଂଗ୍ରାମ । ମୁଲ ଲାଗିଲେ ଦାନ ମୁଠାଏ ମିଳୁଛି । 1942 ମସିହା ଅଗଷ୍ଟ 24 ପାପଡାହାଣ୍ଡି ଗୁଳିକାଣ୍ଡରେ ଶହୀଦ ହୋଇଥିବା ରତନ ରାନ୍ଧାରୀ ଓ ବୁଦୁ ଅମନାତ୍ୟ ଦାୟଦଙ୍କ ଜୀବନ ଏବେ ଦୁର୍ଦ୍ଦିନରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.