ମହାମାରୀ ସମୟରେ 20ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର - ରାଜ୍ୟ କ୍ୟାବିନେଟ

🎬 Watch Now: Feature Video

thumbnail

By

Published : Aug 13, 2020, 12:55 PM IST

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ 20ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ମହାମାରୀ ଆଇନରେ ରାଜ୍ୟ ସରକାର କରିଛନ୍ତି ସଂଶୋଧନ । ସାମାଜିକ ଦୂରତା ଉଲ୍ଲଙ୍ଘନ ପାଇଁ କେତେକ କ୍ଷେତ୍ରରେ 10 ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଥିଲା । ଏବେ ଆଇନର ସଂଶୋଧନ ପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ ଆଦାୟ ହୋଇପାରିବ । ବିଜେପୁର ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ମଞ୍ଜୁରୀ ପାଇଛି । ପ୍ରକଳ୍ପ ପାଇଁ 11 ଶହ 38କୋଟି ଟଙ୍କାର ମଞ୍ଜୁରୀ କରାଯାଇଛି। ଏହି ପ୍ରକଳ୍ପ ହେଲେ ମରୁଡି ପ୍ରପୀଡିତ ବିଜେପୁର, ସୋହେଲା ସମେତ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଓ ଡୁଙ୍ଗୁରିପାଲି ବ୍ଲକର 25 ହଜାର 6 ଶହ ହେକ୍ଟର ଜମି ଜଳସେଚିତ ହୋଇପାରିବ । 30 ମାସ ଭିତରେ ଏହି ପ୍ରକଳ୍ପକୁ ଶେଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.