ଘଣ୍ଟ-ଶଙ୍ଖ ଫୁଙ୍କି ଜନତା କର୍ଫ୍ୟୁକୁ ସଫଳ କଲେ ସୁବର୍ଣ୍ଣପୁରବାସୀ

🎬 Watch Now: Feature Video

thumbnail
ସୁବର୍ଣ୍ଣପୁର: ଜିଲ୍ଲାରେ ଶାନ୍ତିଶୃଙ୍ଖଳା ଓ ସଫଳତାର ସହ ପାଳନ କରାଯାଇଛି ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସହରବାସୀ ସକାଳ 7ଟାରୁ ଏହି କର୍ଫ୍ୟୁ ପାଳନ କରିଛନ୍ତି। ସନ୍ଧ୍ୟା 5ଟାରେ ସହର ସ୍ଥିତ ବିଭିନ୍ନ ପଡ଼ାର ଲୋକେ ଘଣ୍ଟ, ଶଙ୍ଖ, ଗିନି, ଘଣ୍ଟି, ଥାଳି ଆଦି ବଜାଇ ସ୍ବାସ୍ଥ୍ୟ କର୍ମଚାରୀ ଓ କୋରୋନା ପ୍ରତିହତ ପାଇଁ ସମାଜର ସେବାରେ ନିଜକୁ ଉତ୍ସର୍ଗ କରିଥିବା ଲୋକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ରବିବାର ସହରରେ ଲୋକେ ସ୍ବତଃ ପ୍ରବୃତ୍ତ ଭାବେ ଘରୁ ନ ବାହାରି ଜନତା କର୍ଫ୍ୟୁର ଅଭିଜ୍ଞତା ସାଉଁଟିଛନ୍ତି । ସେହିପରି ଲୋକେ ଘରୁ ବାହାରି ଦାଣ୍ଡରେ ଏହି କୃତଜ୍ଞତା ଦେବା ସମୟରେ ସାମାଜିକ ଦୂରତ୍ବ ରକ୍ଷା କରିଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.