ରାଜ୍ୟରେ ମନ୍ଦିର ଖୋଲିବା ଦିଗରେ ଆମେ ସଜାଗ: ଆଇନ ମନ୍ତ୍ରୀ - ଓଡିଶାରେ ମନ୍ଦିର ଖୋଲିବାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା

🎬 Watch Now: Feature Video

thumbnail

By

Published : Nov 17, 2020, 7:27 PM IST

ଭୁବନେଶ୍ବର: ରାଜ୍ୟରେ ମନ୍ଦିର ଖୋଲିବାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ମନ୍ଦିର ଖୋଲିବା ପ୍ରସଙ୍ଗକୁ ଅନ୍ୟରାଜ୍ୟ ସହ ତୁଳନା ନ କରିବାକୁ କହିଛନ୍ତି ଆଇନ ମନ୍ତ୍ରୀ । ତେବେ କୋରୋନା କଟକଣାକୁ ନେଇ ରାଜ୍ୟର ସମସ୍ତ ମନ୍ଦିର ଦୀର୍ଘ ୯ ମାସ ହେବ ବନ୍ଦ ରହିଛି । ଏବେ ଅନ୍ୟ ରାଜ୍ୟଗୁଡିକରେ ମନ୍ଦିର ତଥା ଧାର୍ମିକ ଅନୁଷ୍ଠାନ ଖୋଲାଯିବା ପରେ ଆମ ରାଜ୍ୟ ମନ୍ଦିର ତଥା ଧାର୍ମିକ ଅନୁଷ୍ଠାନଗୁଡିକରୁ କଟକଣା ହଟାଇବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି । ଏନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଏ ପ୍ରସଙ୍ଗକୁ ନେଇ ଅନ୍ୟ ରାଜ୍ୟ ସହ ଓଡିଶାକୁ ତୁଳନା କରିବା ଠିକ୍ ନୁହେଁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.