32ତମ ଜାତୀୟ ସଡକ ସୁରକ୍ଷା ମାସରେ ରାଜ୍ୟସ୍ତରୀୟ ପଦଯାତ୍ରା; ସଚେତନ କରୁଛନ୍ତି ଯମରାଜ - ଜାତୀୟ ସଡକ ସୁରକ୍ଷା ମାସରେ ରାଜ୍ୟସ୍ତରୀୟ ପଦଯାତ୍ରା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10285570-thumbnail-3x2-roadsafty.jpg)
ଭୁବନେଶ୍ବର: 32 ତମ ଜାତୀୟ ସୁରକ୍ଷା ମାସରେ ରାଜ୍ୟସ୍ତରୀୟ ପଦଯାତ୍ରା ଆରମ୍ଭ । କିଟ୍ କ୍ୟାମ୍ପସରୁ ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟ ଟ୍ରାକ ଯାଏଁ ପଦଯାତ୍ରା କରାଯାଇଛି। ଏହି ପଦଯାତ୍ରାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ପରିବହନ କମିଶନର, ପରିବହନ ବିଭାର ସଚିବ ଉପସ୍ଥିତ ଥିଲେ । ଏହି ଅବସରରେ ଯମପୁରରୁ ମର୍ତ୍ତ୍ୟମଣ୍ଡଳକୁ ଆସି ଯମରାଜ ବାଣ୍ଟିଛନ୍ତି ସୁରକ୍ଷା ବାର୍ତ୍ତା । ସଡକ ସୁରକ୍ଷା ଜୀବନ ରକ୍ଷା ବାର୍ତ୍ତା ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ଯମ ବେଶଭୂଷାରେ ଆଭୂଷିତ କଳାକାର । ଯମରାଜଙ୍କ ସହ ଚିତ୍ରଗୁପ୍ତ ମିଶି ଜନ ସଚେତନତା ଦିଆଯାଇଥିଲା ।