ବନ୍ଦ ହେଲା ହୀରାକୁଦର ଆଉ 6 ଗେଟ୍ - ହିରାକୁଦ ଡ୍ୟାମ ନ୍ୟୁଜ
🎬 Watch Now: Feature Video

ସମ୍ବଲପୁର: ବନ୍ଦ ହେଲା ହୀରାକୁଦର 6 ଗେଟ୍ । ସୋମବାର ହୀରାକୁଦ ଡ୍ୟାମର 6ଟି ଗେଟ୍ ବନ୍ଦ କରାଯାଇଛି । ସୋମବାର ସକାଳେ 40ଟି ଗେଟ ଖୋଲାଥିବା ବେଳେ ହୀରାକୁଦ ଡ୍ୟାମ ଉପର ମୁଣ୍ଡରୁ ଇନଫ୍ଲୋ କମିଥିବାରୁ ଆଉ 6ଟି ଗେଟକୁ ପର୍ଯ୍ୟାୟ କ୍ରମରେ ବନ୍ଦ କରାଯାଇଛି। ବର୍ତ୍ତମାନ ମୋଟ 34 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର 627.29ଫୁଟ ରହିଛି। ବର୍ତ୍ତମାନ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହୀରାକୁଦ ଡ୍ୟାମକୁ 494094 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 36ଟି ଗେଟ ଜରିଆରେ ସେକେଣ୍ଡ ପ୍ରତି 665624 କ୍ୟୁସେକ ଜଳ ନିଷ୍କାସନ ହେଉଛି। ଆଗକୁ ଆହୁରି ଗେଟ୍ ବନ୍ଦ ହେବାର ସମ୍ଭାବନା ରହିଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
Last Updated : Aug 31, 2020, 6:13 PM IST