ପରୀ ହତ୍ୟା ମାମଲା: ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ହୋଇନି ଏସଆଇଟି ତଦନ୍ତ - ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି କରୁନି ତଦନ୍ତ
🎬 Watch Now: Feature Video
ବଲାଙ୍ଗୀର: ନୟାଗଡ ନାବାଳିକା ହତ୍ୟା ଘଟଣାରେ ନୂଆ ମୋଡ । ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାରେ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ଏନେଇ ହାଇକୋର୍ଟଙ୍କୁ ନିବେଦନ କରାଯାଇଥିବା ମଧ୍ୟ କହିଥିଲେ ସରକାର । ହେଲେ ସରକାର ଏଯାଏଁ ଏଥିପାଇଁ ହାଇକୋର୍ଟଙ୍କୁ କୌଣସି ନିବେଦନ କରିନଥିବା ଜଣାପଡିଛି । ଯାହାର ଖୁଲାସା କରିଛନ୍ତି ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା । ଯାହା ସରକାରଙ୍କ କଥାରେ ତାଳମେଳ ନଥିବା ଘଟଣା ପ୍ରମାଣ କରିଛି ।