ଦୁର୍ଦ୍ଦିନରେ ମୁକ୍ତାପୁର ଗ୍ରାମର କଂସା-ପିତ୍ତଳ କାରିଗର - facing
🎬 Watch Now: Feature Video
ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ମୁକ୍ତାପୁର ଗ୍ରାମ । ଏ ଗାଁର ପ୍ରସ୍ତୁତ କଂସା ବାସନ କଂସାରୀର ପରିଚୟ । କାରଣ ଏଠାକାର କଂସାରୀମାନେ ଗିନି, ଝାଞ୍ଜ, ଘଣ୍ଟ, ପାନ ବଟୁଆ, ବେଲା, ଗିନା ଆଦି କଂସା ପିତ୍ତଳ ସାମଗ୍ରୀ ତିଆରି କରିବାରେ ମାହିର । ହେଲେ ଆଧୁନିକତାର ଚାକଚକ୍ୟରେ କଂସା ପିତ୍ତଳ କାରିଗରଙ୍କ କୁଳବେଉସା ହଜିବାକୁ ବସିଲାଣି । ଅନ୍ୟପଟେ ସରକାରଙ୍କର ପ୍ରୋତ୍ସାହନ ମିଳୁନଥିବାରୁ ନିଜର କୌଳିକ ବୃତ୍ତି ଛାଡିବାକୁ ବାଧ୍ୟ ହେଲେଣି କାରିଗର । ବର୍ତ୍ତମାନ ସମୟରେ କଞ୍ଚାମାଲ ସମସ୍ୟା କାରିଗରଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।
Last Updated : Jul 9, 2019, 2:10 PM IST