ତୀରନ୍ଦାଜରେ 100ରୁ ଊର୍ଦ୍ଧ୍ୱଙ୍କୁ ତାଲିମ ଦେଇ ଚର୍ଚ୍ଚାରେ ରାତ୍ର ଜଗୁଆଳୀ ମିତ୍ରଭାନୁ

By

Published : Jul 2, 2020, 10:37 PM IST

thumbnail
ସମ୍ବଲପୁର: ପେଶା ରାତ୍ର ଜଗୁଆଳୀ, ନିଶା ତୀରନ୍ଦାଜ । ଜଣେ ଜଗୁଆଳି ହେଇ ମଧ୍ୟ ସୃଷ୍ଟି କରିଛନ୍ତି ରାଜ୍ୟ ତଥା ଜାତୀୟ ସ୍ତରର ତୀରନ୍ଦାଜଙ୍କୁ । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଯୁଜୁମୁରାର ମିତ୍ରଭାନୁ ମହାପାତ୍ରଙ୍କ କଥା । ସରକାରୀ ଉଚ୍ଚ ବିଦ୍ୟାଳୟରେ ରାତି ଜଗୁଆଳୀର କାମ କରୁଥିଲେ ମଧ୍ୟ ସ୍ଥାନୀୟ ଯୁବକ ଯୁବତୀଙ୍କୁ ତୀରନ୍ଦାଜ ପ୍ରଶିକ୍ଷଣ ଦେଉଛନ୍ତି ମିତ୍ରଭାନୁ ମହାପାତ୍ର । ପ୍ରତ୍ୟେକ ଦିନ ସକାଳ 6ଟାରୁ 7ଟା ପର୍ଯ୍ୟନ୍ତ ବ୍ୟାୟାମ ପରେ ତୀରନ୍ଦାଜ ତାଲିମ ନିଅନ୍ତି ଇଚ୍ଛୁକ ଛାତ୍ରଛାତ୍ରୀ । ଧନୁ ଧରିବା, ଲକ୍ଷ୍ୟ ସାଧନ, ତୀର ଚଳାଇବାର କୌଶଳ ଆଦି ଟିକିନିକିର ତାଲିମ ଦିଅନ୍ତି ମିତ୍ରଭାନୁ । ବିଶେଷ କରି ଆଦିବାସୀ ତୀରନ୍ଦାଜମାନେ ଏଠାରେ ତାଲିମ ନେଉଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.