thumbnail

ମହିଳା କର୍ମଚାରୀଙ୍କୁ ଅସଦାଚରଣ, ହାଜର ହେଲେନି ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶକ

By

Published : Aug 27, 2020, 9:16 PM IST

ଭୁବନେଶ୍ବର: ମହିଳା କର୍ମଚାରୀଙ୍କୁ ଅସଦାଚରଣ ଘଟଣା, ମହିଳା କମିଶନଙ୍କ ନିକଟରେ ହାଜର ହେଲେନି ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶକ। ଦୀର୍ଘ ବର୍ଷ ଧରି ଅର୍ଥନୀତି ଓ ପରିସଂଖ୍ୟାନ କାର୍ଯ୍ୟାଳୟରେ ଜଣେ ମହିଳା କର୍ମଚାରୀଙ୍କୁ ବିଭାଗର ନିର୍ଦେଶକ ଅସଦାଚରଣ ଅଭିଯୋଗରେ ଗୁରୁବାର ଜନୈକା ମହିଳା ଜଣଙ୍କ କମିଶନରଙ୍କ ନିକଟରେ ପୁଣି ଥରେ ହାଜର ହୋଇଛନ୍ତି। ଗତ ଦେଢ଼ ବର୍ଷ ଧରି ଅର୍ଥନୈତିକ ଓ ପରିସଂଖ୍ୟାନ ବିଭାଗର ନିର୍ଦେଶକ ଶଙ୍କର୍ଷଣ ସାହୁଙ୍କ ବିରୁଦ୍ଧରେ ସେହି କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମହିଳା ଜଣଙ୍କ ନ୍ୟାୟ ପାଇଁ ମହିଳା ଥାନା ଓ ମହିଳା କମିଶନରଙ୍କ ନିକଟରେ ଆଭିଯୋଗ କରିଥିଲେ। ଏ ସମ୍ପର୍କରେ ଉଭୟଙ୍କୁ ମହିଳା କମିଶନଙ୍କ ପକ୍ଷରୁ ହାଜର ପାଇଁ ନୋଟିସ ମଧ୍ୟ ଦିଆଯାଇଥିଲା।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.